www.samajalive.in
Tuesday, December 9, 2025
16.1 C
Bhubaneswar

ବିଜୟଧାରା ବଜାୟ ରଖିଲେ ଟୁକୁନୀ ସାହୁ

ଟିଟିଲାଗଡ଼ : ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପ୍ରାର୍ଥିନୀ ଟୁକୁନୀ ସାହୁ ନିଜ ବିଜୟ ଧାରା ବଜାୟ ରଖିଛନ୍ତି। ଟୁକୁନୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଦଳର ସୁରେନ୍ଦ୍ର ସିଂଭୋଇଙ୍କୁ ୧୯୨୭୫ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି। ଗତ ରାତ୍ରିରେ ତାଙ୍କ ବିଜୟର ଖବର ପାଇ ସମର୍ଥକ ମହଲରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଥିଲା। ଶତାଧିକ ସଂଖ୍ୟାରେ ତାଙ୍କ ସମର୍ଥକ ରାତ୍ରିରେ ଟୁକୁନୀଙ୍କ ନିବାସ ସମ୍ମୁଖରେ ରୁଣ୍ଡ ହୋଇ ବିଜୟ ସମାବେଶ ପାଳନ କରିଥିଲେ। ଶୁକ୍ରବାର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପ୍ରାନ୍ତରୁ ଦିନ ତମାମ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଲୋକଙ୍କ ସୂଅ ଛୁଟୁଥିବା ଦେଖାଯାଇଥିଲା। ଟୁକୁନୀ ୭୧୭୦୯ ଖଣ୍ଡ ଭୋଟ ପାଇଥିବା ବେଳେ ସୁରେନ୍ଦ୍ର ୫୨୪୩୨ଟି ଭୋଟ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପି ପ୍ରାର୍ଥୀ ଅଶୋକ ଦୋରା ୪୬୬୨୧, ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ବିଭୀଷଣ ନାଗ ୨୫୨୬, ଆମ୍ବେଦକ୍ରାଇଟ ପାର୍ଟି ଅଫ ଇଣ୍ଡିଆ ପ୍ରାର୍ଥୀ ୨୦୦୧, ନିର୍ଦ୍ଦଳୀୟ ମଧୁସୁଦନନ ବାରିକ ୨୦୦୧, ସତ୍ୟନାରାୟଣ ବହିଦାର ୮୭୮, ହିଫଜୁଲ ରେହମାନ ୧୧୪୦, ଖେମରାଜ ଅଗ୍ରୱାଲ ୧୦୨୭ ଖଣ୍ଡ ଭୋଟ ଏବଂ ନୋଟାରେ ୧୯୭୬ଟି ଭୋଟ ପଡିଥିବା ଟିଟିଲାଗଡ ରିଟର୍ଣ୍ଣି ଅଧିକାରୀଙ୍କ ସୂତ୍ରରୁ ଜାରି ସୂଚନାରୁ ଜଣାପଡ଼ିଛି। ଏହି ନିର୍ବାଚନ ମଣ୍ଡଳୀରେ ଟୁକୁନୀ ପୂର୍ବରୁ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ରଙ୍କୁ ୧୪ ହଜାରରୁ ଊର୍ଦ୍ଧ୍ବ ଭୋଟରେ ପରାଜିତ କରିଥିଲେ। ତାଙ୍କର କ୍ରମାଗତ ଦ୍ୱିତୀୟ ବିଜୟ ପାଇଁ ଟୁକୁନୀ ମୁଖ୍ୟମନ୍ତ୍ରୀ ନବିନଙ୍କ ସ୍ୱଚ୍ଛ ଭାବ ମୂର୍ତ୍ତି ତଥା ଟିଟିଲାଗଡ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଦାୟୀ କରିଛନ୍ତି। ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସହଯୋଗରେ ବିକାଶ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି ଏଅବସରରେ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories