ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁନଃ ନିର୍ବାଚିତ ହେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆମେରିକା କହିଛି, ଭାରତରେ ଏବେ ସମ୍ପନ୍ନ ହୋଇଥିବା ସାଧାରଣ ନିର୍ବାଚନ ବିଶ୍ୱ ପାଇଁ ପ୍ରେରଣାଦାୟୀ। ଆମେରିକା ଉପରାଷ୍ଟ୍ରପତି ମାଇକ ପେଶ ଟ୍ୱିଟ କରିଛନ୍ତି,”ସଂସଦୀୟ ନିର୍ବାଚନରେ ଦଳର ବିଜୟ ପାଇଁ ଆମେରିକାର ସହଯୋଗୀ ଏବଂ ବନ୍ଧୁ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା’। ସେ କହିଛନ୍ତି, ଗଣତନ୍ତ୍ରରେ ଭାରତୀୟମାନଙ୍କ ପ୍ରତିବଦ୍ଧତାର ଏହା ସର୍ବଶ୍ରେଷ୍ଠ ନିଦର୍ଶନ। ଏଭଳି ସୁରକ୍ଷିତ ଏବଂ ସମୃଦ୍ଧ ଭାରତ ସହ ଆମେରିକା କାମ କରିବାକୁ ଉତ୍ସୁକ ବୋଲି ଉପରାଷ୍ଟ୍ରପତି ମାଇକ ପେଶ କହିଛନ୍ତି।
ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣେଇବା ସହ, ଭାରତର ନିର୍ବାଚନରେ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଦଳକୁ ଜିତାଇବା ପାଇଁ ବହୁ ସଂଖ୍ୟାରେ ଭୋଟର ଭାଗ ନେଇଥିବାରୁ ସେ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ଭାରତର ନିର୍ବାଚନ ସାରା ବିଶ୍ୱ ପାଇଁ ପ୍ରେରଣାଦାୟକ।



