www.samajalive.in
Thursday, December 11, 2025
16.1 C
Bhubaneswar

ସିଦ୍ଧୁଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ; ପାକିସ୍ତାନୀ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରୁଥିବା ବ୍ୟକ୍ତିଙ୍କୁ ଭାରତୀୟ କ୍ଷମା ଦେବେନାହିଁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମୋଦୀ ହାୱାକୁ ବାଧା ଦେଇଥିବା ଅଳ୍ପ କିଛି ରାଜ୍ୟଗୁଡ଼ିକ ମଧ୍ୟରୁ ପଞ୍ଜାବ ଅନ୍ୟତମ। ଏଠାରେ ମୋଟ ୧୩ ଲୋକସଭା ଆସନ ମଧ୍ୟରୁ କଂଗ୍ରେସ ହାତକୁ ୮ଟି ଆସନ ଯାଇଛି। ଏସବୁ ଆସନରେ ଦଳ ଭଲ ବ୍ୟବଧାନରେ ବିଜୟ ହାସଲ କରିଛି। ଏହା ମଧ୍ୟରେ କିନ୍ତୁ ରାଜ୍ୟରେ କଂଗ୍ରେସର ବରିଷ୍ଠ ନେତା ନଭଜୋତ ସିଂହ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ତୁତୁ ମେମେ ଜାରି ରହିଛି। ଟିକଟ ବଣ୍ଟନକୁ ନେଇ ଉଭୟଙ୍କ ମଧ୍ୟ​‌ରେ ବିବାଦ ଆରମ୍ଭ ହୋଇଥିବାବେଳେ ଏବେ ମୁଖ୍ୟମନ୍ତ୍ରୀ ପୁଣି ଥରେ ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି। ସିଦ୍ଧୁ ନିଜ ଦାୟିତ୍ଵ ସମ୍ପାଦନ କରିବାକୁ ସକ୍ଷମ ନୁହନ୍ତି ବୋଲି ଅମରିନ୍ଦର କହିଛନ୍ତି। ସେ ଏକ ପ୍ରେସ ବିବୃତିରେ ଅମରିନ୍ଦର କହିଛନ୍ତି, ପାକିସ୍ତାନୀ ସେନା ମୁଖ୍ୟଙ୍କୁ ଆଲିଙ୍ଗନ କଲେ ତାହାକୁ ଭାରତୀୟ ସେବକମାନେ ସହ୍ୟ କରିପାରିବେ ନାହିଁ।

ତେ​‌ବେ ଅମରିନ୍ଦର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ଵକୁ ପ୍ରଶଂସା କରିଛନ୍ତି। କ’ଣ ପାଇଁ ଦଳ ପରାଜୟର ସମ୍ମୁଖୀନ ହେଲା ତାହାର ଅନୁଧ୍ୟାନ କରାଯିବ। ଗୁରୁଦାସପୁର ଆସନରେ କଂଗ୍ରେସ ପ୍ରାର୍ଥୀ ସୁନୀଲ ଝାକର ବିଜେପି ପ୍ରାର୍ଥୀ ସନ୍ନି ଦେଓଲଙ୍କଠାରୁ ପରାଜିତ ହେବା ପ୍ରସଙ୍ଗରେ ଅମରିନ୍ଦର କହିଛନ୍ତି ଯେ, ସନ୍ନି ଦେଓଲ ଜଣେ ଭଲ ପ୍ରାର୍ଥୀ। କିନ୍ତୁ ସେହି ନିର୍ବାଚନମଣ୍ଡଳୀରେ ତାଙ୍କ ଦଳ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ହେଁ, ଲୋକେ ତାହା ନ ଦେଖି ଜଣେ ଅଭିନେତାଙ୍କୁ କିପରି ପସନ୍ଦ କଲେ ତାହା ଜଣାପଡୁନାହିଁ ବୋଲି ସେ କହିଛନ୍ତି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories