www.samajalive.in
Wednesday, December 10, 2025
16.1 C
Bhubaneswar

ରୂପ-ରଙ୍ଗ ନୁହେଁ ବରଂ ଗୁଣ-ବୁଦ୍ଧି ଦ୍ବାରା ମାନସମ୍ମାନ ବୃଦ୍ଧି ହୁଏ

ଏକ ଲୋକକଥା ଅନୁସାରେ, ପୁରାଣ ସମୟରେ ଜଣେ ରାଜା ଖୁବ୍ ସୁନ୍ଦର ଥିଲେ। ସେ ନିଜର ରୂପ ଓ ରଙ୍ଗ ପାଇଁ ଖୁବ୍ ଗର୍ବ କରୁଥିଲେ। ରାଜା ନିଜର ସୁନ୍ଦରତାର ପ୍ରଶଂସା ଶୁଣିବାକୁ ଭଲ ପାଉଥିଲେ। ରାଜାଙ୍କର ମହାମନ୍ତ୍ରୀ ଖୁବ୍ ବୁଦ୍ଧିମାନ ଥିଲେ କିନ୍ତୁ ସେ ସୁନ୍ଦର ନ ଥିଲେ।

ରାଜାଙ୍କ ମହାମନ୍ତ୍ରୀଙ୍କ ରଙ୍ଗ ଶ୍ୟାମଳ ଥିଲା। ଏହାସହ ମୁହଁରେ ଅନେକ ଦାଗ ଥିଲା। ଥରେ ରାଜା ମହାମନ୍ତ୍ରୀଙ୍କୁ କହିଲେ ଯେ, ତୁମେ ବୁଦ୍ଧିମାନ ଅଛ, ଯଦି ସୁନ୍ଦର ହୋଇଥାଆନ୍ତା ତେବେ ଆହୁରି ଭଲ ହୋଇ ଥାଆନ୍ତା।

- Advertisement -

ମହାମନ୍ତ୍ରୀ ରାଜାଙ୍କୁ କହିଲେ ଯେ, ରାଜନ ବୟସ ବୃଦ୍ଧି ହେବା ଦ୍ବାରା ବ୍ୟକ୍ତିଙ୍କ ରୂପ ଓ ରଙ୍ଗ ନଷ୍ଟ ହୋଇଯାଏ। ଭଲ ବ୍ୟକ୍ତିଙ୍କ ପରିଚୟ ତାର ଗୁଣ ଓ ବୁଦ୍ଧି ଦ୍ବାରା ପରିଚିତ ହୋଇଥାଏ।

ରାଜା ମହାମନ୍ତ୍ରୀଙ୍କୁ କହିଲେ ଯେ ଏହି କଥା ତୁମେ କିପରି ପ୍ରମାଣିତ କରିପାରିବ?

ମହାମନ୍ତ୍ରୀ କହିଲେ, ଏହି କଥା ପ୍ରମାଣ କରିବା ପାଇଁ ଅନେକ ଉଦାହରଣ ରହିଛି। ମନ୍ତ୍ରୀ ରାଜାଙ୍କୁ ଦୁଇଟି ଗ୍ଲାସରେ ପାଣି ଭର୍ତ୍ତି କରିଦେଲେ।

ଏହାପରେ ସେ ରାଜାଙ୍କୁ କହିଲେ ଯେ, ରାଜା ଗୋଟିଏ ଗ୍ଲାସରେ ମାଟି ମାଠିଆର ପାଣି ଓ ଅନ୍ୟଟିରେ ସୁନା ମାଠିଆର ପାଣି ଅଛି। ଏବେ କୁହନ୍ତୁ, ଆପଣ କେଉଁ ମାଠିଆର ପାଣି ପିଇବାକୁ ଇଚ୍ଛା କରିବେ।

ରାଜା ସଙ୍ଗେ ସଙ୍ଗେ କହିଲେ ଯେ, ମାଟି ମାଠିଆର ପାଣି ଅଧିକ ଥଣ୍ଡା ଓ ସ୍ବାଦିଷ୍ଟ ଅଟେ। ତେଣୁ ସେହି ମାଟି ମାଠିଆର ପାଣି ପିଇ ତୃପ୍ତି ଲାଭ କରିବି।

ରାଜାଙ୍କ କଥା ଶୁଣି ରାଣୀ ହସିଲେ। ଏହାସହ ରାଜାଙ୍କୁ କହିଲେ, ମହାମନ୍ତ୍ରୀ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇ ସାରିଛନ୍ତି। କାରଣ ସୁନାର ମାଠିଆ ଦେଖିବାକୁ ସୁନ୍ଦର କିନ୍ତୁ ଏହା କେଉଁ କାମରେ ଯେ ଯାହାର ପାଣି ଭଲ ଲାଗେ ନାହିଁ।

ଏହାସହ ମାଟି ମାଠିଆର ଦେଖିବାକୁ କଳା ଓ ଅସୁନ୍ଦର କିନ୍ତୁ ସେଥିରେ ଅନେକ ଗୁଣ ରହିଛି। ସେଥିରେ ରଖାଯାଇଥିବା ପାଣି ପିଇ ସନ୍ତୁଷ୍ଟି ଲାଗିଥାଏ।

ଏବେ ଆପଣ କୁହନ୍ତୁ, ରୂପ ବଡ ନା ଗୁଣ ଓ ବୁଦ୍ଧି ବଡ ?

ରାଣୀଙ୍କ ଠାରୁ ଏହି କଥା ଶୁଣି ନିଜ ସୁନ୍ଦରତା ପ୍ରତି ଥିବା ଅଭିମାନ ଛାଡି ଦେଲେ।

ଶିକ୍ଷଣୀୟ କଥା :

ଏହି କଥାରୁ ଶିକ୍ଷା ମିଳୁଛି ଯେ, ରୂପ ଓ ରଙ୍ଗ ସମୟ ସହ ବଦଳି ଯାଏ। କିନ୍ତୁ ଗୁଣ ଓ ବୁଦ୍ଧି ଦ୍ବାରା ବ୍ୟକ୍ତିଙ୍କ ମାନ-ସମ୍ମାନ ବୃଦ୍ଧି ପାଇଥାଏ। ତେଣୁ କେବେ ବି ନିଜର ସୁନ୍ଦରତାକୁ ନେଇ ଈର୍ଷା କରନ୍ତୁ ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories