www.samajalive.in
Friday, December 12, 2025
23.1 C
Bhubaneswar

ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇଁ କୃତଜ୍ଞତା ଜଣାଇଲେ ନବୀନ

ଭୁବନେଶ୍ବର: ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଏହାର ଶ୍ରେୟ ରାଜ୍ୟବାସୀଙ୍କୁ ଦେଇଛନ୍ତି। ଆଜି ସନ୍ଧ୍ୟାରେ ନବୀନନିବାସଠାରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେବା ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ପ୍ରତି ସେମାନଙ୍କର ଅକୁଣ୍ଠ ଆଶୀର୍ବାଦ ଦେଇଆସୁଥିବାରୁ ଏଥିପାଇଁ ସେ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞ। ନିର୍ବାଚନରେ କଠିନ ପରିଶ୍ରମ କରିଥିବା ବିଜେଡ଼ିର ନେତା ଓ କର୍ମୀମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ। ଏହାଛଡ଼ା ଏଥର ନିର୍ବାଚନରେ ବହୁ ସଂଖ୍ୟାରେ ଭୋଟ ଦେଇଥିବା ରାଜ୍ୟର ମହିଳାମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଥିଲେ। କେନ୍ଦ୍ରରେ ବିଜେପି ବହୁମତରେ ଜିତିବା ପରିପ୍ରେକ୍ଷୀରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ବିଜେପି ନେତୃତ୍ବରେ ଦେଶବ୍ୟାପୀ ଏନଡ଼ିଏର ବଡ଼ ଧରଣର ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥର କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଥିବା ବିଜେପି ନେତୃତ୍ବ ପ୍ରତି ବିଜେଡ଼ି ସମଦୂରତ୍ବ ନୀତି ଆପଣାଇବ ନା ଏଥିରେ କିଛି ପରିବର୍ତ୍ତନ ଆଣିବ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଗକୁ କ’ଣ ହେବ ସେଥିପାଇଁ ଅପେକ୍ଷା କରନ୍ତୁ।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories