www.samajalive.in
Thursday, December 11, 2025
18.1 C
Bhubaneswar

ଭିଭିପାଟ ସ୍ଲିପ ଗଣତି ନେଇ ବିରୋଧୀଙ୍କ ଦାବି ଖାରଜ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: କୌଣସି ନିର୍ବାଚନମଣ୍ଡଳୀର ଗୋଟିଏ ଇଭିଏମର ଭୋଟ ସହିତ ଭିଭିପାଟ ସ୍ଲିପ ଗଣନା ସମୟରେ ଯଦି ଅସାମଞ୍ଜସ୍ୟ ଦେଖାଦିଏ, ତା’ହେଲେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ସମସ୍ତ ଭିଭିପାଟ ସ୍ଲିପ ଗଣତି କରିବା ଲାଗି ବିରୋଧୀ ଦଳଗୁଡ଼ିକ କରିଥିବା ଆବେଦନକୁ ନିର୍ବାଚନ ଆୟୋଗ ଖାରଜ କରିଦେଇଛନ୍ତି। ପୂର୍ବରୁ ଯେଉଁ ପଦ୍ଧତିରେ ଭୋଟ ଗଣତି ହୋଇଆସୁଛି ସେହି ପ୍ରକ୍ରିୟାରେ ଗଣନା କରାଯିବ ବୋଲି ନିର୍ବାଚନ ଆୟୋଗ ବୁଧବାର ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ୨୨ଟି ବିରୋଧୀ ଦଳ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ନିର୍ବାଚନ ଆୟୋଗଙ୍କୁ ଅୁନରୋଧ କରିଥିଲେ। ୨୨ଟି ଦଳର ପ୍ରତିନିଧିମାନେ ନିର୍ବାଚନ ଆୟୋଗଙ୍କ ମୁଖ୍ୟାଳୟକୁ ଯାଇ ଏହି ଦାବି ଉପସ୍ଥାପନ କରିଥିଲେ। ଏଥିପାଇଁ ବୁଧବାର ନିର୍ବାଚନ କମିଶନଙ୍କ ୩ଜଣିଆ ସଦସ୍ୟଙ୍କୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ବିରୋଧୀଙ୍କୁ ପ୍ରସ୍ତାବକୁ ବୈଠକରେ ଖାରଜ କରିଦିଆଯାଇଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories