www.samajalive.in
Friday, December 12, 2025
27.1 C
Bhubaneswar

୬୩ଟି ମତଗଣନା କେନ୍ଦ୍ରରେ ନେତାଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଗୁରୁବାର ଦିନ ରାଜ୍ୟରେ ଅନୁଷ୍ଠିତ ଚାରିଟି ପର୍ଯ୍ୟାୟ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ଏହି ଦିନ ଭୋଟ ଗଣତି ପାଇଁ ଏବେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ୨୩ ତାରିଖରେ ରାଜ୍ୟରେ ମୋଟ ୬୩ଟି କେନ୍ଦ୍ରରେ ଭୋଟ ଗଣତି ହେବ। ଅଧିକାଂଶ ଜିଲାରେ ୨ରୁ ୪ଟି ଭୋଟ ଗଣତି କେନ୍ଦ୍ର ରହିଛି। ଭୋଟ ଗଣତି ପାଇଁ ଅଧିକାରୀ ଓ କର୍ମଚାରୀଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଆନୁଷଙ୍ଗିକ ପ୍ରସ୍ତୁତି ଚାଲିଛି।
ହସ୍ତଗତ ସୂଚନା ଅନୁସାରେ ବରଗଡ଼ ଜିଲାରେ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟିର ଗୋଦାମ ଓ ବରଗଡ଼ ପଞ୍ଚାୟତ କଲେଜରେ ଗଣତି କେନ୍ଦ୍ର ରହିଛି। ସେହିପରି ମୟୂରଭଞ୍ଜରେ କରଞ୍ଜିଆ ଉଚ୍ଚ ବିଦ୍ୟାଳୟ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ, ଉଦଳା ମହାବିଦ୍ୟାଳୟ, ଏମ୍‌ପିସି ମହାବିଦ୍ୟାଳୟ, ଝାରସୁଗୁଡ଼ାରେ ଝାରସୁଗୁଡ଼ା ଇଞ୍ଜିନିୟରିଂ କଲେଜ, ସୁନ୍ଦରଗଡ଼ରେ ଉଦିତନଗର ଉଚ୍ଚ ବିଦ୍ୟାଳୟ, ମଦ୍ରୀ କାଲୋ ଭବନ ଓ ବଣାଇଁ ଆରଡିଡି ଉଚ୍ଚ ବିଦ୍ୟାଳୟ, ସମ୍ବଲପୁରରେ କୁଚିଣ୍ଡା କଲେଜ, ସମ୍ବଲପୁର ମହିଳା ମହାବିଦ୍ୟାଳୟ, ରାଇରାଖୋଲ ଭୀମଭୋଇ ମହାବିଦ୍ୟାଳୟ, ଦେବଗଡ଼ରେ ସରକାର ପଲିଟେକନିକ୍ କଲେଜ, କେନ୍ଦୁଝରରେ ଶାଳପଡ଼ା କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ, ଓଡ଼ିଶା ସ୍କୁଲ ଅଫ୍‌ ମାଇନିଂ କଲେଜ, ଚମ୍ପୁଆ ଚନ୍ଦ୍ରଶେଖର କଲେଜ, ବାଲେଶ୍ବରରେ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ୱେର ହାଉସ, ଭଦ୍ରକରେ ସଂସ୍କୃତି ଭବନ ଓ ଭଦ୍ରକ ମହାବିଦ୍ୟାଳୟ, ଯାଜପୁରରେ ଏନ୍‌ସି କଲେଜ, ଢ଼େଙ୍କାନାଳରେ ମହିଷାପାଟ ଇଭିଏମ୍‌ ୱେର ହାଉସ, ହିନ୍ଦୋଳ ଉଚ୍ଚ ବିଦ୍ୟାଳୟ, କାମାକ୍ଷାନଗର ମହାବିଦ୍ୟାଳୟ, ଅନୁଗୋଳରେ ସରକାରୀ ମହାବିଦ୍ୟାଳର ପୁରୁଣା କୋଠା, ଆଠମଲ୍ଲିକ୍ ମହାବିଦ୍ୟାଳୟ, ପାଲଲହଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟ, ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ଓ ସରକାରୀ ମହାବିଦ୍ୟାଳୟର ନୂତନ କୋଠା, ସୁବର୍ଣ୍ଣପୁରରେ ବୀରମହାରାଜପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ, ସୋନପୁର ମହାବିଦ୍ୟାଳୟ, ବଲାଙ୍ଗିରରେ ଆଇଟିଆଇ ନୂତନ ୱାର୍କସପ୍, ପାଟଣାଗଡ଼ରେ ଜବାହରଲାଲ ମହାବିଦ୍ୟାଳୟ, ଟିଟିଲାଗଡ଼ ଡିଏଭି କଲେଜରେ ଭୋଟ ଗଣତି ହେବ।
ସେହିପରି ନୂଆପଡ଼ାରେ ଖରିଆର ରୋଡ଼ ଆରଏମ୍‌ସି କୋଠା, କଳାହାଣ୍ଡିରେ ସରକାରୀ ମହାବିିଦ୍ୟାଳୟ, ନବରଙ୍ଗପୁରରେ ମଡେଲ୍ ଡିଗ୍ରୀ କଲେଜ, ମାଲକାନଗିରିରେ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସପ୍ତଧାରା ବାଳକ ଛାତ୍ରାବାସ, କନ୍ଧମାଳରେ ବାଲିଗୁଡ଼ା ଉପ ଜିଲାପାଳଙ୍କ କାର୍ଯ୍ୟାଳୟ, ବାଲିଗୁଡ଼ା ଆଦିବାସୀ କଲେଜ ଓ ଫୁଲବାଣୀ ସରକାରୀ ପଲିଟେକନିକ୍, ବୌଦ୍ଧରେ ପଞ୍ଚାୟତ ଡିଗ୍ରୀ କଲେଜ, କଟକରେ ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ, ଭୂବନାନନ୍ଦ ସ୍କୁଲ ଅଫ୍ ଇଞ୍ଜିନିୟରିଂ, ବାଙ୍କି ସ୍ବୟଂଶାସିତ ମହାବିଦ୍ୟାଳୟର ନୂତନ କୋଠା, ନୟାଗଡ଼ରେ ସ୍ବୟଂଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାରେ ସ୍ବୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁରରେ ଏସ୍‌ଭିଏମ୍ କଲେଜ, ପୁରୀରେ କେନ୍ଦ୍ରୀୟ ମହାବିଦ୍ୟାଳୟ, ଖୋର୍ଦ୍ଧାରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ, ଗଞ୍ଜାମରେ ଛତ୍ରପୁର ସ୍ଲୋ ଇନ୍‌ଷ୍ଟିଚ୍ୟୁସନ, ଭଞ୍ଜନଗର କେଏସ୍‌ୟୁବି, ବ୍ରହ୍ମପୁର ଆଇଟିଆଇ, ସରକାରୀ ପଲିଟେକନିକ୍, ଗଜପତିରେ ପାରଳାଖେମୁଣ୍ଡିସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ, ରାୟଗଡ଼ାରେ ଗୁଣୁପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ଜିସିଡି ଉଚ୍ଚବିଦ୍ୟାଳୟ ଏବଂ କୋରାପୁଟ୍‌ରେ ସରକାରୀ ମହାବିଦ୍ୟାଳୟରେ ଭୋଟ ଗଣତି କେନ୍ଦ୍ର କରାଯାଇ ଥିବା ଜଣାଯାଇଛି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories