www.samajalive.in
Wednesday, December 10, 2025
14.1 C
Bhubaneswar

ବିଶ୍ବକପ୍‌ ପାଇଁ ପ୍ରସ୍ତୁତ : ବିଜୟ ଶଙ୍କର

ଲଣ୍ଡନ : ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ୍ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରିବାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ମତ ଦେଇଛନ୍ତି ଯୁବ ଅଲରାଉଣ୍ଡର ବିଜୟ ଶଙ୍କର। ବିଶ୍ବକପ୍‌ରେ ଭାରତ ତରଫରୁ ୪ନଂରେ କିଏ ବ୍ୟାଟିଂ କରିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ବିଜୟ ଶଙ୍କର ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଉପଯୁକ୍ତ ବୋଲି ମୁଖ୍ୟ ମନୋନୟନକାରୀ ଏମଏସକେ ପ୍ରସାଦ କହି ସାରିଥିବାରୁ ବେଶ୍‌ ସଚେତନ ହୋଇପଡ଼ିଛନ୍ତି ବିଜୟ ଶଙ୍କର।
ଆଇପିଏଲ୍‌ ପରେ ଭାରତୀୟ ଦଳର ଅଧିକାଂଶ କ୍ରିକେଟର୍‌ ବିଶ୍ରାମ ନେଉଥିବା ବେଳେ ବିଜୟ ଶଙ୍କର ନିଜ ବ୍ୟକ୍ତିଗତ ପ୍ରଶିକ୍ଷକଙ୍କ ସହ ଦୁଇବେଳା ଅଭ୍ୟାସ ଜାରି ରଖିଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ବିଜୟ ଶଙ୍କର କହିଥିଲେ ବିଶ୍ବକପ୍‌ ହେଉଛି ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ। ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ସେ ନିଜକୁ ବେଶ୍‌ ସୌଭାଗ୍ୟବାନ୍‌ ମଣୁଛନ୍ତି। ଏଥିରେ ଭଲ ପ୍ରଦର୍ଶନ କରିବାକୁ ସେ ଅଭ୍ୟାସ ଜାରି ରଖିଛନ୍ତି। ପ୍ରସ୍ତୁତି ଭଲ ହେଲେ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରିପାରିବେ ବୋଲି ଆଶା ରହିଛି। ୪ନଂ ସ୍ଥାନରେ ବ୍ୟାଟିଂ କରିବା ବେଳେ ସେ କେଉଁ ପ୍ରକାର ଆହ୍ବାନର ସମ୍ମୁଖୀନ ହେବେ ବୋଲି ପ୍ରଶ୍ନର ଉତ୍ତରରେ ଶଙ୍କର କହିଥିଲେ ୪ନଂ ସ୍ଥାନରେ ବ୍ୟାଟିଂ କରିବା ସମୟରେ ଦଳର ମଧ୍ୟଭାଗ ବ୍ୟାଟିଂକୁ ସମ୍ଭାଳିବା ତାଙ୍କ ପାଇଁ ପ୍ରଧାନ କାମ ହେବ। ତେବେ ଏଥିନିମନ୍ତେ ସେ ସଂପୂର୍ଣ୍ଣ ଭା​‌େ​‌ବ ପ୍ରସ୍ତୁତ ଏବଂ ସୁଯୋଗ ମିଳିଲେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ ବୋଲି ବିଜୟ ଆଶାବ୍ୟକ୍ତ କରିଛନ୍ତି।
୪ନଂ ଛଡ଼ା ଅନ୍ୟ ଯେକୌଣସି ସ୍ଥାନରେ ସୁଯୋଗ ମିଳିଲେ ସେ ବ୍ୟାଟିଂ କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଶଙ୍କର ମତ ଦେଇଛନ୍ତି। ତାଙ୍କ ନିକଟରେ ଅଧିକ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ନ ଥିବା ସଂପର୍କରେ ମତ ଦେଇ ଶଙ୍କର କହିଥିଲେ ଏଥିନେଇ ସେ ଆଦୌ ଚିନ୍ତିତ ନୁହନ୍ତି। ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ସମୟରେ ଜଣେ ଖେଳାଳି ମାନସିକ ଦୃଷ୍ଟିରୁ କେତେ ଦୃଢ଼ ତାହା ଦେଖିବାର କଥା। ମାନସିକ ଦୃଷ୍ଟିରୁ ଜଣେ ଯଦି ଦୃଢ଼ ତେବେ ତା ନିକଟରେ କମ୍‌ ଅଭିଜ୍ଞତା ରହିଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିପାରିବ। ବ୍ୟାଟିଂ ବ୍ୟତୀତ ବିଶ୍ବକପ୍‌ରେ ଭଲ ବୋଲିଂ କରିବାକୁ ମଧ୍ୟ ଜୋରଦାର ଅଭ୍ୟାସ ଚଳାଇଥିବା ବିଜୟ ସୂଚନା ଦେଇଛନ୍ତି। ଭାରତୀୟ ଦଳ ଯଦି ଚଳିତ ବିଶ୍ବକପ୍‌ରେ ଚମ୍ପିଆନ୍‌ ହୁଏ ତେବେ ଏହା ତାଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତ ହୋଇ ରହିବ ବୋଲି ଶଙ୍କର କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories