www.samajalive.in
Saturday, December 13, 2025
21.1 C
Bhubaneswar

ଦ୍ୱିତୀୟ ଥର ପାଇଁ ବଲାଙ୍ଗୀରରେ ଜାରି ହେଲା ୟେଲୋ ଆଲର୍ଟ

ବଲାଙ୍ଗୀର : ବଲାଙ୍ଗୀରରେ ଦ୍ୱିତୀୟ ଥର ପାଇଁ ଆସନ୍ତା ତିନି ଦିନ ଧରି ପାଣିପାଗ ବିଭାଗ ହଳଦିଆ ସତର୍କତା ଜାରି କରିଛି । ଏମିତିରେ ପ୍ରଚଣ୍ଡ ତାତି ସାଧାରଣ ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିବାରେ ଲାଗିଛି। ବିଦ୍ୟୁତ୍ ବିଭାଗର ଲୁଚକାଲି ଖେଳକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସାମୁଦ୍ରିକ ଝଡ ‘ଫନି’ ପରେ ବଲାଙ୍ଗୀର ତାପମାତ୍ରା ହ୍ରାସ ହେବ ବୋଲି ଆଲୋଚନା ହେଉଥିଲା। କିନ୍ତୁ ଏହି ଜିଲାରେ ‘ଫନି’ର କୈାଣସି ପ୍ରଭାବ ପଡିନଥିବା ବେଳେ ସାମୁଦ୍ରିକ ଝଡ ‘ଫନି’ ପରେ ବଲାଙ୍ଗୀରର ପାରଦ ଦିନକୁ ଦିନ ବଢିଚାଲିଛି। ବିଗତ ଦିନ ମାନଙ୍କରେ ବଲାଙ୍ଗୀର ତାପମାତ୍ରା ସର୍ବୋଚ୍ଚ ତାପାମତ୍ରା ଥିବା ସହର ମାନଙ୍କ ତାଳିକାରେ ରହିଛି। ଏପରିକି ଟିଟିଲାଗଡରେ ମଧ୍ୟ ସ୍ଥିତି ଅସମ୍ଭାଳ ହୋଇଛି। ସକାଳୁ ହେବା କ୍ଷଣି ଖରା ଓ ଗରମ ଧିରେ ଧିରେ ବଢିଚାଲୁଛି। ଦିନ ୧୦ଟା ପରେ ରାସ୍ତା ଉପରେ ବୁଲିବା ଅସମ୍ଭବ ହୋଇପଡୁଛି। ପ୍ରାୟ ୧୧ ଟା ପରେ ସହର ଶୁନଶାନ ପଡିଯାଉଥିବା ଦେଖିବାକୁ ମିଲିଛି। କାଁ ଭାଁ କିଛି ଜରୁରୀ କାମରେ ବାହାରକୁ ଆସୁଥିବା ଲୋକଙ୍କୁ ଛାଡିଦେଲେ ପ୍ରାୟତଃ ସହରବାସୀ ଘରେ ରହୁଥିବା ପ୍ରକାଶ କରିଛନ୍ତି। ପ୍ରଚଣ୍ଡ ତାତିରେ ବିଦ୍ୟୁତର ଲୁଚକାଲି ଖେଳ ସହରାବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଥିବା ଅଭିଯୋଗ ହୋଇଛି।

- Advertisement -

ସହର ଭିତରେ ବିଭିନ୍ନ ସ୍ଥାନରେ ମନଇଚ୍ଚା ବିଦ୍ୟୁତ୍ କାଟ କରାଯାଉଥିବାରୁ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସହର ଭିତରେ ବିଦ୍ୟୂତ ସମସ୍ୟା ଗୁରୁତର ଥିବା ବେଳେ ଗାଁ ଗୁଡିକର ଅବସ୍ଥା ନ କହିବା ଭଲ। ଅନେକ ସ୍ଥାନ ମାନଙ୍କରେ ବିଦ୍ୟୁତ୍ ଆସୁଛି କମ ଯାଉଛି ବେଶୀ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଗତ କିଛି ଦିନ ତଲେ ବଲାଙ୍ଗୀର ଓ ଦେଓଗାଁ ବ୍ଲକର ପ୍ରାୟ ୨୩ ଟି ଗାଁରେ ତିନି ଚାରି ଦିନ ଧରି ବିଦ୍ୟୁତ୍ ନଥିବା ନେଇ ଲୋକେ ଅଭିଯୋଗ ଆଣିଥିଲେ। ରାଜ୍ୟ ସରକାର ଏହି ଗ୍ରୀଷ୍ମ ପ୍ରବାହ ସମୟରେ ୨୪ ଘଣ୍ଟିଆ ବିଦ୍ୟୁତ୍ ସରବରାହ ଉପରେ ଧ୍ୟାନ ଦେଉଥିବା ବେଳେ ରାଜ୍ୟର ଯେଉଁଠି ବେଶୀ ଗରମ ହେଉଛି ସେଠାରେ ରାଜ୍ୟ ସରକାରଙ୍କ ଏହି ଘୋଷଣା ପାଣିରେ ପଡିଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିପରି ସହର ଭିତରେ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଜଳଛତ୍ର ବ୍ୟବସ୍ଥା କରିଥିବା ବେଳେ ଏକାଧିକ ଜଳଛତ୍ରରେ ପାଣି ରହୁନଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ସ୍ତରରେ ଖୋଲଯାଇଥିବା ଅନେକ ଜଳଛତ୍ର ବନ୍ଦ ହୋଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସମସ୍ତ ଡାକ୍ତରଖାନା ମାନଙ୍କରେ ଅଂଶୁଘାତ କକ୍ଷ ଖୋଲି ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବା ବେଳେ ଅନେକ ସ୍ଥାନରେ ଅଂଶୁଘାତ କକ୍ଷର ବୋର୍ଡକୁ ଛାଡିଦେଲେ ଅନ୍ୟ କିଛି ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି।

ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବଡଟୀକା ଗାଁର ଦେବାନନ୍ଦ ସାହୁଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ପାଣିପାଗ ବିଭାଗ ଗତ କିଛି ଦିନ ପୂର୍ବେ ବଲାଙ୍ଗୀର ସମେତ ଆଉ କିଛି ଜିଲାରେ ୟେଲୋ ଆଲର୍ଟ(ହଳଦିଆ ସତର୍କତା) ଜାରି କରିଥିଲା। ସୋମବାର ପାଣିପାଗ ବିଭାଗ ଦ୍ୱିତୀୟ ଥର ପାଇଁ ବଲାଙ୍ଗୀରରେ ୟେଲୋ ଆଲର୍ଟ(ହଳଦିଆ ସତର୍କତା) ଜାରି କରିବା ପରେ ସାଧାରଣ ଲୋକେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି। ତେବେ ଏହି ୟେଲୋ ଆଲର୍ଟ(ହଳଦିଆ ସତର୍କତା) ଜାରି ହୋଇଥିବା ସମୟରେ ଜିଲାରେ ରହିଥିବା ସମସ୍ତ ବ୍ୟବସ୍ଥାକୁ ସ୍ୱତନ୍ତ୍ର ଭାବେ ଦୃଷ୍ଟିଦେବାକୁ ଦାବି ହୋଇଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories