www.samajalive.in
Saturday, December 6, 2025
19.1 C
Bhubaneswar

କ୍ରିକେଟ୍‍ ବିଶ୍ୱକପ୍‍-୨୦୧୯ ପାଇଁ ପାକିସ୍ତାନ ଦଳ ଘୋଷଣା ; ଅମିର, ୱାହାବଙ୍କ ପ୍ରତ୍ୟାବର୍ତ୍ତନ

ଇସଲାମାବାଦ୍‍ : ଆଉ ମତ୍ର ୯ଦିନ ପେରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ବିଶ୍ୱକପ ପାଇଁ ସୋମବାର ପାକିସ୍ତାନ କ୍ରିକେଟ୍‍ ବୋର୍ଡ(ପିସିବି) ୧୫ଜଣିଆ ପାକିସ୍ତାନ ଦଳ ଘୋଷଣା କରିଛି। ଘୋଷଣା କରାଯାଇଥିବା ଏହି ୧୫ଜଣିଆ ଦଳରେ ମହମ୍ମଦ ଅମୀର ଓ ୱାହାବ ରିଆଜ ସ୍ଥାନ ପାଇଛି। ଏ ନେଇ ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମ ଉଲ୍‌ ହକ୍‌ ସୂଚନା ଦେଇଛନ୍ତି। ୩୩ବର୍ଷର ବାମହାତୀ ଦ୍ରୁତ ବୋଲର ୱାହାବ ରିଆଜ ୨ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୱାହାବ ପାକିସ୍ତାନ ପାଇଁ ଶେଷଥର ପାଇଁ ୨୦୧୭ରେ ଏକଦିବସୀୟ ମ୍ୟାଚ ଖେଳିଥିଲେ।
ଅନ୍ୟପକ୍ଷରେ ଚିକେନ ପକ୍ସରେ ପୀଡ଼ିତ ଥିଲେ ମଧ୍ୟ ଅମିରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ନିକଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜରେ ପାକିସ୍ତାନ ବୋଲରମାନେ ସମ୍ପୂର୍ଣ୍ଣ ବିଫଳ ହେବା ପରେ ଅମିରଙ୍କୁ ଡାକରା ଦିଆଯାଇଛି।
ପାକିସ୍ତାନ ଦଳ: ଶର୍ଫରାଜ ଅହମ୍ମଦ (ଅଧିନାୟକ), ଫଖର ଜାମନ, ଇମାମ ଉଲ୍‌ ହକ୍‌, ବାବର ଆଜାମ, ହାରିସ ସୋହେଲ, ମହମ୍ମଦ ହାଫିଜ, ଶୋଏବ ମଲିକ, ଅସିଫ ଅଲି, ଇମାଦ ଓ୍ବାସିମ, ଶାଦାବ ଖାଁ, ମହମ୍ମଦ ଅମିର, ମହମ୍ମଦ ହୋସନାନ, ହାସନ ଅଲି, ଓ୍ବାହାବ ରିଆଜ ଓ ଶାହିନ ଆଫ୍ରିଦୀ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories