www.samajalive.in
Friday, December 12, 2025
23.1 C
Bhubaneswar

୨୦୧୬ରେ ହୋଇଥିଲା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‍ : ସେନା

ନୂଆଦିଲ୍ଲୀ : ସର୍ଜିକାଲ ଷ୍ଟ୍ରାଇକ୍‍କୁ ନେଇ ଭାରତୀୟ ସେନାର ନର୍ଦନ କମାଣ୍ଡ ଜେନେରାଲ ଅଫିସର କମାଣ୍ଡିଂ ଇନ୍‍ ଚିଫ ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ ସୋମବାର ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ କିଛି ଦିନ ତଳେ ଡିଜିଏମଓ ଏକ ଆରଟିଆଇ ଜବାବରେ ୨୦୧୬ ସେପ୍ଟେମ୍ବରରେ ମାତ୍ର ଗୋଟିଏ ହିଁ ସର୍ଜିକାଲ ଷ୍ଟ୍ରାଇକ୍‍ ହୋଇଥିବା କଥା କହିଥିଲା। ରାଜନୈତିକ ଦଳଗୁଡ଼ିକର ଦାବି ନୁହେଁ ଆମ ଉତ୍ତର ତଥ୍ୟାତ୍ମକ। ପ୍ରକାଶ ଯେ ନିକଟରେ ନିର୍ବାଚନୀ ପ୍ରଚାର ସମୟରେ କଂଗ୍ରେସ ନେତା ରାଜୀବ ଶୁକ୍ଳା ଦାବି କରିଥିଲେ ଯେ ୟୁପିଏ ଶାସନ କାଳରେ ୬ଥର ସର୍ଜିକାଲ ଷ୍ଟ୍ରାଇକ୍‍ ହୋଇଥିଲା।
ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ କହିଛନ୍ତି ଯେ ବାଲାକୋଟର ଆତଙ୍କବାଦୀ ଆଡ୍ଡା ଉପରେ ବିମାନ ଆକ୍ରମଣ ଭାରତୀୟ ବାୟୁସେନାର ଏକ ବଡ଼ ଉପଲବ୍ଧୀ ଥିଲା। ପ୍ରଥମ ଥର ଆମ ବିମାନ ଶତ୍ରୁ ଅଞ୍ଚଳ ଭିତରେ ପଶି ଆତଙ୍କବାଦୀ ଲଞ୍ଚପ୍ୟାଡ଼କୁ ଧ୍ୱଂସ କରିଥିଲା। ଚଳିତ ବର୍ଷ ଆମ ଯବାନ ୮୬ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ଓ ୨୦ ଜଣଙ୍କୁ ଗିରଫ କରିଛନ୍ତି। ଆତଙ୍କବାଦ ବିରୋଧରେ ଆମ ଅଭିଯାନ ଜାରି ରହିବ।
ଉଲ୍ଲେଖଯୋଗ୍ୟ ଯେ ମଇ ୨ରେ କଂଗ୍ରେସ ନେତା ରାଜୀବ ଶୁକ୍ଳା ଟ୍ୱିଟ୍‍ କରିଥିଲେ ଯେ ୟୁପିଏ ଶାସନକାଳରେ ୬ ଥର ସର୍ଜିକାଲ ଷ୍ଟ୍ରାଇକ୍‍ ହୋଇଥିଲା। ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‍ ୨୦୦୮ ଜୁନ୍‍ ୧୯ରେ ଆସାମ ରାଇଫଲ୍ସ ଗୋରଖା ରେଜିମେଣ୍ଟ ଭତ୍ତଲ ସେକ୍ଟରରେ କରିଥିଲା। ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍‍ ୨୦୧୧ ଅଗଷ୍ଟ ୩୦ରେ ଶାଦରା ସେକ୍ଟରରେ ରାଜପୁତ ଏବଂ କୁମାୟୁଁ ରେଜିମେଣ୍ଟ କରିଥିଲେ। ତୃତୀୟ ସର୍ଜିକାଲ ଷ୍ଟ୍ରାଇକ୍‍ ୨୦୧୩ ଜୁନ୍‍ ୩ରେ ସାଭନା ପାତ୍ରା ଚେକପୋଷ୍ଟରେ ହୋଇଥିଲା। ଚତୁର୍ଥ ଷ୍ଟ୍ରାଇକ୍‍ ୨୦୧୩ ଜୁଲାଇ ୨୭ ଓ ୨୮ରେ ନାଜପୀର ସେକ୍ଟରରେ, ପଞ୍ଚମ ଷ୍ଟ୍ରାଇକ୍‍ ୨୦୧୩ ଅଗଷ୍ଟ ୬ରେ ନୀଲମ ଘାଟିରେ ଓ ଷଷ୍ଠ ସର୍ଜିକାଲ ଷ୍ଟ୍ରାଇକ୍‍ ୨୦୧୪ ଜାନୁଆରୀ ୧୪ରେ ହୋଇଥିଲା।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories