www.samajalive.in
Tuesday, December 9, 2025
16.1 C
Bhubaneswar

କ୍ୟାନସର ଔଷଧ ମୂଲ୍ୟରେ ୮୭% ହ୍ରାସ

ନୂଆଦିଲ୍ଲୀ: ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ – ଏନ୍‍.ପି.ପି.ଏ. ୯ ପ୍ରକାରର ଅଣସୂଚୀଭୁକ୍ତ କ୍ୟାନ୍‍ସର ଔଷଧର ମୂଲ୍ୟ ୮୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଅତ୍ୟାବଶ୍ୟକ ଔଷଧପତ୍ରର ମୂଲ୍ୟ ହ୍ରାସ କରିବାପାଇଁ ଏନ୍‍.ପି.ପି.ଏ. ଆରମ୍ଭ କରିଥିବା ଉଦ୍ୟମର ଏହା ଅଂଶବିଶେଷ। ମିଳିଥିବା ସୂଚନା ଅନୁସାରେ କ୍ୟାନ୍‍ସର ଚିକିତ୍ସାରେ ବ୍ୟବହୃତ ହେଉଥିବା ୫୦୦ ମିଲିଗ୍ରାମ୍‍ ବିଶିଷ୍ଟ କେମୋ ଥେରାପି ଇଞ୍ଜେକ୍‍ସନ୍‍ ପେମିଟ୍ରେକ୍ସଡ୍‍ର ଦାମ୍‍ ଏବେ ୨ ହଜାର ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଏହା ୨୨ ହଜାର ଟଙ୍କାରେ ବିକ୍ରି ହେଉଥିଲା। ସେହିଭଳି ୧୫୦ ମିଲିଗ୍ରାମ୍‍ ବିଶିଷ୍ଟ ଏର୍ଲୋଟିନିବ୍‍ ବଟିକାର ଦାମ୍‍ ୮ ହଜାର ୮୦୦ ଟଙ୍କାରୁ ୨ ହଜାର ୪୦୦ ଟଙ୍କାକୁ ହ୍ରାସ କରାଯାଇଛି।

କ୍ୟାନ୍‍ସର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧକୁ ଶସ୍ତା କରିବା ସହ ଏହାକୁ ସାଧାରଣ ଲୋକଙ୍କ କ୍ରୟ ଶକ୍ତି ମଧ୍ୟରେ ରଖିବା ନିମନ୍ତେ ସରକାର ଉଦ୍ୟମ କରୁଛନ୍ତି। ୨୦୧୯ ଫେବୃୟାରୀ ମାସରେ ୪୨ଟି କ୍ୟାନ୍‍ସର୍‍ ଔଷଧର ଦାମ୍‍ ୩୦ପ୍ରତିଶତ ହ୍ରାସ ପାଇଛି। ଏଣିକି ୭୨ ପ୍ରକାରର ୩୯୦ ବ୍ରାଣ୍ଡ୍‍ର ଅତ୍ୟାବଶ୍ୟକ ଔଷଧ ମୂଲ୍ୟ ଏବେ ହ୍ରାସ ପାଇବ। ଏହାଦ୍ୱାରା ୨୨ ଲକ୍ଷ କ୍ୟାନ୍‍ସର ରୋଗୀ ଉପକୃତ ହେବେ ଏବଂ ବାର୍ଷିକ ସେମାନେ ୮୦୦ କୋଟି ଟଙ୍କା ସଞ୍ଚୟ କରିପାରିବେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories