www.samajalive.in
Friday, December 12, 2025
16.1 C
Bhubaneswar

ଶେଷ ପର୍ଯ୍ୟାୟ ନିର୍ବାଚନ : ୬୩ ପ୍ରତିଶତ ମତଦାନ

ନୂଆଦିଲ୍ଲୀ : ସପ୍ତଦଶ ଲୋକସଭାର ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ରବିବାର ସନ୍ଧ୍ୟାରେ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୫୯ଟି ଆସନ ପାଇଁ ମତଦାନ ହୋଇଥିଲା। ଉତ୍ତର ପ୍ରଦେଶ ଓ ପଞ୍ଜାବର ୧୩ଟି ଲେଖାଏଁ, ପଶ୍ଚିମବଙ୍ଗର ୯ଟି, ମଧ୍ୟପ୍ରଦେଶ ଓ ବିହାରର ୮ଟି ଲେଖାଏଁ, ହିମାଚଳ ପ୍ରଦେଶର ୪ଟିଯାକ ଆସନ, ଝାଡ଼ଖଣ୍ଡର ୩ଟି ଓ ଚଣ୍ଡୀଗଡ଼ର ଗୋଟିଏ ଆସନ ପାଇଁ ଭୋଟ୍‍ଗ୍ରହଣ ହୋଇଥିଲା।

ସନ୍ଧ୍ୟା ୬ଟା ସୁଦ୍ଧା ୬୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ଉତ୍ତର ପ୍ରଦେଶରେ ୫୪ ପ୍ରତିଶତ, ପଞ୍ଜାବରେ ୫୯, ପଶ୍ଚିମବଙ୍ଗରେ ୭୩, ବିହାରରେ ୫୦, ମଧ୍ୟପ୍ରଦେଶରେ ୬୯, ହିମାଚଳ ପ୍ରଦେଶରେ ୬୬, ଝାଡ଼ଖଣ୍ଡରେ ୭୦ ଏବଂ ଚଣ୍ଡୀଗଡ଼ରେ ୬୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଗତ ୬ଟି ପର୍ଯ୍ୟାୟରେ ୪୮୩ଟି ଆସନ ପାଇଁ ମତଦାନ ଶେଷ ହୋଇଥିଲା। ଭେଲୋର ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନକୁ ବାତିଲ୍‍ କରାଯାଇଛି।

- Advertisement -

ଲୋକସଭା ନିର୍ବଚାନ ସହିତ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍‍ର ବିଧାନସଭା ଆସନ ଗୁଡ଼ିକପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଛି।  ଆସନ୍ତା ଗୁରୁବାର ୨୩ ତାରିଖ ଦିନ ଭୋଟ୍‍ଗଣନା ସହିତ ଫଳାଫଳ ଘୋଷଣା କରାଯିବ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories