www.samajalive.in
Saturday, December 13, 2025
26.1 C
Bhubaneswar

ସିଙ୍ଗାରୀ ଘାଟି ରାସ୍ତାରେ ଫାଟ, ଗମନାଗମନ ବାଧାପ୍ରାପ୍ତ ଆଶଙ୍କା

କଲମପୁର: କଲମପୁର ଥୁଆମୁଳ ରାମପୁର ବ୍ଲକକୁ ସଂଯୋଗ କରୁଥିବା ସିଙ୍ଗାରୀ ଘାଟି ମଧ୍ୟରେ ନିର୍ମିତ କଂକ୍ରିଟ ରାସ୍ତାରେ ବିରାଟ ଫାଟ ସୃଷ୍ଟି ହୋଇଛି। ଦିନକୁ ଦିନ ଏହି ଫାଟ ବୃଦ୍ଧି ପାଇବାରେ ଲାଗିଛି। କଂକ୍ରିଟ ରାସ୍ତା ତଳର ମାଟି ଧୋଇ ହେଇ ଯାଉଥିବା କାରଣରୁ ଉପର ଫାଟର ଅଂଶ ବୃଦ୍ଧି ଘଟୁଛି। ଗତ ଏକ ବର୍ଷ ତଳେ ଏହି ଫାଟ ଅଳ୍ପ ଦେଖାଯାଉଥିବା ବେଳେ ଚଳିତ ବର୍ଷ ଫାଟର ବ୍ୟବଧାନ ପ୍ରାୟ ୩୦ ମିଟର ଲମ୍ବରେ ୬ ଇଂଚ ଚଉଡାର ବୃଦ୍ଧି ଘଟିଲାଣି। ଆଗାମୀ ବର୍ଷା ପୂର୍ବରୁ ଏହାର ମରାମତି ପ୍ରତି ଗୁରୁତ୍ୱ ନଦେଲେ ବର୍ଷା ପାଣିର ପ୍ରଭାବ କାରଣରୁ ସିମେଣ୍ଟ କଂକ୍ରିଟ ରାସ୍ତା ତଳେ ସୃଷ୍ଟି ହେଇଥିବା ସୁଡଙ୍ଗରେ କଂକ୍ରିଟ ରାସ୍ତା ଗଳି ପଡିବାର ଆଶଙ୍କା କରାଯାଉଛି।

ସୂଚନାଯୋଗ୍ୟଯେ, ଏହି ରାସ୍ତା ନିର୍ମାଣ ବେଳେ ଏଇ ବୁଲାଣି ନିକଟରେ ପ୍ରାୟ ୩୦୦ ମିଟର ଖାଲୁଆ ଅଂଚଳ ରହିଛି। ଯେଉଁଥିରେ ଜଙ୍ଗଲପାଣି ଏହି ଅଂଚଳ ଦେଇ ପ୍ରବାହିତ ହେଉଛି। ରାସ୍ତା ନିର୍ମାଣ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଇନଥିବାରୁ ରିତିମତ ଏହି ରାସ୍ତା ତଳେ ପାଣି ପ୍ରାବହିତ ହେଇ ତଳ ମାଟି ଧୋଇ ହେବା ଦ୍ୱାରା ଏକ ସୁଡଙ୍ଗ ତିଆରି ହେଇଯାଇଛି। ଏହାକୁ ରୋକିବା ପାଇଁ ବିଭାଗ ତରଫରୁ କିଛି ଅଂଚଳ ପଥର ବନ୍ଧ ତିଆରି କରିଥିଲେ ମଧ୍ୟ ବର୍ଷା ପାଣି ଦ୍ୱାରା ମାଟି ଧୋଇ ହେଇଯାଉଛି। ଯାହାଦ୍ୱାରା ଏହି ସିମେଣ୍ଟ କଂକ୍ରିଟ ରାସ୍ତା ଭାଙ୍ଗି ଯାଇ କଲମପୁର ଥୁଆମୁଲ ରାମପୁର ଗମନା ଗମନରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories