www.samajalive.in
Saturday, December 13, 2025
26.1 C
Bhubaneswar

ରବିବାର ଯାଜପୁରର ୪ଟି ନିର୍ବାଚନ ମଣ୍ଡଳୀ ସାନି ମତଦାନ

ଯାଜପୁର : ଯାଜପୁର ଜିଲାର ୪ଟି ନିର୍ବାଚନ ମଣ୍ଡଳୀର ୯ଟି ବୁଥରେ ରବିବାର ସାନି ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ଶନିବାର ସମସ୍ତ ବୁଥକୁ ପୁଲିଂ ପାର୍ଟି ଯାଇ ସାରିଛନ୍ତି । ଗତ ୨୯ ତାରିଖ ଦିନ ନିର୍ବାଚନ ସମୟରେ ଏହି ବୁଥ ଗୁଡିକରେ ଜବରଦଖଲ ଓ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ରାଜ୍ୟ ନିର୍ବାଚନ କମିଶନ ସିସି ଟିଭି ୱେବ କାଷ୍ଟିଂ ଏବଂ ପ୍ରଜାଡିଂ ଅଫିସରଙ୍କ ଡାଏରୀକୁ ଆଧାର କରି ୯ଟି ବୁଥରେ ସାନି ମତଦାନ କରିବାକୁ ନିର୍ଦେଶ ଦେଇଥିଲେ । ଏଥିପାଇଁ ପ୍ରତ୍ୟେକ ପ୍ରାର୍ଥୀ ମଧ୍ୟ ସେମାନଙ୍କ ପ୍ରଚାର ସାରିଛନ୍ତି । ବରୀ ନିର୍ବାଚନ ମଣ୍ଡଳୀରେ ୫ଟି, ବିଂଝାରପୁର ନିର୍ବାଚନ ମଣ୍ଡଳୀର ଦୁଇଟି, ସୁକିନ୍ଦା ଏବଂ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ସାନି ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ଉକ୍ତ ବୁଥ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉତ୍ତେଜନାପ୍ରବଣ ବୁଥ ଅଞ୍ଚଳରେ ପୁଲିସ ପକ୍ଷରୁ ପ୍ଲାଂଗ ମାର୍ଚ କରାଯାଇଛି । ଆସନ୍ତାକାଲି ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories