www.samajalive.in
Saturday, December 13, 2025
26.1 C
Bhubaneswar

ଆର୍ଥିକ ସଙ୍କଟରେ ପାକିସ୍ତାନ, ହ୍ରାସ ପାଉଛି ଟଙ୍କା ମୂଲ୍ୟ

ନୂଆଦିଲ୍ଲୀ: ଭାରତୀୟ ଟଙ୍କାର ମୂଲ୍ୟ ପଡୋଶୀ ପାକିସ୍ତାନ ଟଙ୍କା ଠାରୁ ଦୁଇ ଗୁଣ ବୃଦ୍ଧି ପାଇଛି। ଶୁକ୍ରବାର (ମେ ୧୭) ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୭୦ ଥିବାବେଳେ ପାକ୍ ଟଙ୍କାର ମୂଲ୍ୟ ୧୫୦ ଅତିକ୍ରମ କରିଛି। ଗତ କିଛି ମାସ ହେବ ପାକିସ୍ତାନର ଆର୍ଥିକ ସଙ୍କଟ ବୃଦ୍ଧି ପାଇବା ସହିତ ସେ ଦେଶର ଟଙ୍କାର ମୂଲ୍ୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି କିନ୍ତୁ ୨୦୧୯-୨୦ ଆର୍ଥିକ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଭାରତୀୟ ଟଙ୍କା ତୁଳନାରେ ପାକିସ୍ତାନୀ ଟଙ୍କାର ମୂଲ୍ୟ ଅଧାରୁ ଅଧିକ ହ୍ରାସ ପାଇଛି।ପାକିସ୍ତାନର ଆର୍ଥିକ ବ୍ୟବସ୍ଥାରେ ପରିଚାଳନାଗତ ତ୍ରୁଟି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅର୍ଥଶାସ୍ତ୍ରୀମାନେ ମତ ରଖିଛନ୍ତି। କିଛି ଦିନ ପୂର୍ବରୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି – ଆଇଏମଏଫ ପାକିସ୍ତାନକୁ ୬ବିଲିୟନ ଡଲାର ସହାୟତା ଦେବାକୁ ରାଜି ହୋଇଥିବା ବେଳେ ୧୯୮୦ରୁ ଏ ପର୍ଯ୍ୟନ୍ତ ଆଇଏମଏଫ ପାକିସ୍ତାନକୁ ୧୨ ଥର ସହାୟତା ପ୍ୟାକେଜ ଦେଇଛି। ୨୦୧୮ ତୁଳନାରେ ପାକିସ୍ତାନୀ ମୁଦ୍ରାର ମୂଲ୍ୟ ୨୦ ପ୍ରତିଶତ ହ୍ରାସ ପାଇବା ସହ ଏସିଆ ମହାଦେଶର ରାଷ୍ଟ୍ରମାନଙ୍କ ମଧ୍ୟରେ ଡଲାର ତୁଳନାରେ ପାକିସ୍ତାନୀ ମୁଦ୍ରା ସବୁଠାରୁ ଖରାପ ପ୍ରଦର୍ଶନ କରିଛି।

ସାମ୍ପ୍ରତିକ ସମୟରେ ପାକିସ୍ତାନରେ ୮ ପ୍ରତିଶତ ମୂଲ୍ୟ ବୃଦ୍ଧି ଘଟିଥିବା ବେଳେ ସେଠାରେ ବିଜୁଳି ଶକ୍ତି, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories