ପୂଜକଙ୍କ ନାଁରେ ଅସଦାଚରଣ ଅଭିଯୋଗ

0

ଭୁବନେଶ୍ୱର: ପୂଜକ ସାଜିଲା ବ୍ଲାକ୍ ମେଲର। ନିଶା ଦେଇ ଯୁବତୀଙ୍କ ଫଟୋ ଓ ଭିଡିଓ ଉଠାଇ ପୂଜକ ବ୍ଲାକ୍ ମେଲ୍ କରୁଥିବା ଅଭିଯୋଗ ହୋଇଛି।  ଏନେଇ ଆଜି ଭୁବନେଶ୍ବରର ଜନୈକା ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ପୂଜକ ଜଣଙ୍କ ଯୁବତୀଙ୍କୁ ଘରକୁ ଯିବା ଆସିବା କରନ୍ତି। ସୁନା ଗହଣା ବନ୍ଧା ରଖି ଟଙ୍କା ଆଣିବାକୁ ଯୁବତୀ ମନ୍ଦିର ପୂଜକଙ୍କ ଘରକୁ ଯାଇଥିଲେ । ଏହି ସମୟରେ ପୂଜକ ଯୁବତୀଙ୍କୁ ନିଶା ଦେଇ ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ଉଠେଇ ପରେ ତାଙ୍କୁ ଶାରିରୀକ ସମ୍ପର୍କ ରଖିବାକୁ ବ୍ଲାକମେଲିଂ କରିଥିଲେ । ମାତ୍ର ଯୁବତୀ ଅରାଜି ହେବାରୁ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏନେଇ ଆଜି ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply