www.samajalive.in
Friday, December 12, 2025
26.1 C
Bhubaneswar

ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ପୋଷ୍ଟ ଲେଖିଥିବା ବିଜେପି ନେତା ଅନୀଲ ସୌମିତ୍ର ଦଳରୁ ନିଲମ୍ବିତ

ଭୋପାଳ : ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଫେସବୁକରେ ବିବାଦୀୟ ପୋଷ୍ଟ ଲେଖିଥିବା ମଧ୍ୟପ୍ରଦେଶ ବିଜେପି ମୁଖପାତ୍ର ଅନୀଲ ସୌମିତ୍ରଙ୍କୁ ଶୁକ୍ରବାର ଦଳରୁ ନିଲମ୍ବନ କରାଯାଇଛି।
ଭୋପାଳ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କ ବିବାଦୀୟ ମନ୍ତବ୍ୟ ପରେ ବିଜେପିର ଆଉ ଜଣେ ନେତା ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ଟିପ୍ପଣୀ କରିଛନ୍ତି। ଅନୀଲ ସୌମିତ୍ର ମହାତ୍ମା ଗାନ୍ଧୀଙ୍କୁ ନେଇ ଫେସବୁକରେ ଲେଖିଛନ୍ତି ଯେ ‘ଜାତିର ପିତା ଥଲେ, କିନ୍ତୁ ପାକିସ୍ତାନର। ଭାରତରେ ତାଙ୍କ ଭଳି କୋଟି କୋଟି ପୁତ୍ର ଜନ୍ମ ହୋଇଥିଲେ। କିଛି ଯୋଗ୍ୟ ଓ କିଛି ଅଯୋଗ୍ୟ ଥିଲେ।’ ଅନୀଲ ସୌମିତ୍ର ମଧ୍ୟପ୍ରଦେଶ ବିଜେପି ମିଡିଆ ସଂପର୍କ ବିଭାଗର ମୁଖ୍ୟ ଥିଲେ। ବିଜେପି ତାଙ୍କୁ ଦଳର ପ୍ରାଥମିକ ସଦ୍ୟତା ପଦରୁ ନିଲମ୍ବିତ କରିବା ସହ ୭ ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦେଶ ଦେଇଛି।
ଏହା ପୂର୍ବରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡ଼ସେଙ୍କୁ ଦେଶଭକ୍ତ କହିଥିଲେ। ଏହି ମନ୍ତବ୍ୟ ପାଇଁ ତାଙ୍କୁ ବିରୋଧୀମାନେ ସମାଲୋଚନା କରିଥିଲେ। ଦଳୀୟ ଚାପ ଯୋଗୁଁ ସାଧ୍ୱୀ ପ୍ରଜ୍ଞାଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା। ଶୁକ୍ରବାର ଏକ ନିର୍ବାଚନୀ ସଭାରେ ମୋଦୀ ସାଧ୍ୱୀ ପ୍ରଜ୍ଞାଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ମୋଦୀ ସାଧ୍ୱୀଙ୍କୁ କେବେ ବି କ୍ଷମା କରିପାରିବେ ନାହିଁ ବୋଲି କହିଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories