www.samajalive.in
Friday, December 12, 2025
27.1 C
Bhubaneswar

ଡ଼. ପ୍ରମୋଦ କୁମାର ମିଶ୍ରଙ୍କୁ ‘ସାସାକୱା’ ସମ୍ମାନ

ଜେନେଭା: ବିପର୍ଯ୍ୟୟ ବିପତ୍ତି ହ୍ରାସ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତିସଙ୍ଘର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡ଼. ପ୍ରମୋଦ କୁମାର ମିଶ୍ରଙ୍କୁ ୨୦୧୯ ମସିହାର ସାସାକୱା ପୁରସ୍କାରରେ ସମ୍ମାନିତ କରିଛି। ମେ ୧୬ ଗୁରୁବାର ଦିନ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱିଜରଲାଣ୍ଡର ଜେନେଭାଠାରେ ଆୟୋଜିତ ବିପର୍ଯ୍ୟୟ ପ୍ରଶମନ ସମ୍ପର୍କିତ ଆନ୍ତର୍ଜାତିକ ସମ୍ମେଳନର ଷଷ୍ଠ ଅଧିବେଶନରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା।

୨୦୧୯ ପାଇଁ ସାସାକୱା ପୁରସ୍କାରର ବିଷୟ ବସ୍ତୁ ଥିଲା ସମାଵେଶୀ ଓ ନମନୀୟ ସମାଜ ଗଠନ କରିବା। ପୁରସ୍କାର ପାଇଁ ୩୧ଟି ଦେଶରୁ ୬୧ଟି ଏଣ୍ଟ୍ରି ଆସିଥିଲା ଯେଉଁଥିରୁ ଚୟନ କରାଯାଇ ଦୁଇଟି ସଂଗଠନ ଓ ଜଣେ ବ୍ୟକ୍ତି ବିଶେଷଙ୍କୁ ଚୂଡାନ୍ତ କରାଯାଇଥିଲା। ଡ଼. ମିଶ୍ରଙ୍କ ବ୍ୟତୀତ ଭାରତର ମହିଳା ହାଉସିଂ ସେବା ଟ୍ରଷ୍ଟ ଓ ବ୍ରାଜିଲର ନାଗରିକ ସୁରକ୍ଷା ବିଭାଗକୁ ମଧ୍ୟ ଏହି ପୁରସ୍କାର ମିଳିଛି। ବିପର୍ଯ୍ୟୟ ପୀଡ଼ିତ ସମ୍ପ୍ରଦାୟଙ୍କ ଦୃଢ଼ତା ବୃଦ୍ଧି କରିବାରେ ତାଙ୍କର ଦୀର୍ଘକାଳୀନ ପ୍ରୟାସ ଏବଂ ଅସମାନତା, ଦାରିଦ୍ର୍ୟତା ଦୂର କରିବା ଓ ସାମାଜିକ ଓ ଅର୍ଥନୈତିକ ଭାବେ ଅନଗ୍ରସର ଜନସାଧାରଣଙ୍କ ସୁରକ୍ଷା ବଳୟ ବୃଦ୍ଧି କରିବା ନେଇ ତାଙ୍କ ବ୍ୟକ୍ତିଗତ ସଂକଳ୍ପବଦ୍ଧତା ଯୋଗୁ ଡ଼. ପିକେ ମିଶ୍ରଙ୍କୁ ସାସାକାୱା ପୁରସ୍କାର ୨୦୧୯ ପ୍ରଦାନ କରାଯାଇଛି। ସେ ନିସ୍ଵାର୍ଥପର ଭାବେ କାର୍ଯ୍ୟ କରି ଦାରିଦ୍ର୍ୟ ଏବଂ ଅସମାନତା ଦୂର କରିବା ସହ ଦେଶର ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗଙ୍କ ସାମାଜିକ ଅନ୍ତର୍ଭୁକ୍ତିକରଣ ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ମହିଳା ହାଉସିଂ ସେବା ଟ୍ରଷ୍ଟ ବସ୍ତିଗୁଡ଼ିକରେ ରହୁଥିବା ମହିଳାମାନଙ୍କ ସଶକ୍ତିକରଣ ତଥା ଦିବ୍ୟାଙ୍ଗମାନଙ୍କ ପାଇଁ କାର୍ଯ୍ୟ କରିଥାଏ।

- Advertisement -

ଏହି ପୁରସ୍କାର ୩୦ ବର୍ଷରୁ ଅଧିକ ହେବ ଆରମ୍ଭ ହୋଇଛି ଏବଂ ୟୁଏନଡିଆରଆର ଓ ନିପ୍ପୋନ ଫାଉଣ୍ଡେସନ ଦ୍ୱାରା ଯୁଗ୍ମ ଭାବେ ପ୍ରଦାନ କରାଯାଇଆସୁଛି। ବିଜେତାଙ୍କୁ ମୋଟ ୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories