www.samajalive.in
Thursday, December 11, 2025
15.1 C
Bhubaneswar

ଜାଣନ୍ତୁ, ପଞ୍ଚାମୃତ ସେବନର ଲାଭ ଓ ଏହା ସହ ଜଡ଼ିତ କିଛି ମହତ୍ବପୂର୍ଣ୍ଣ କଥା

ସାଧାରଣତଃ ହିନ୍ଦୁ ଧର୍ମରେ ପ୍ରାୟ ସମସ୍ତ ପୂଜାପାଠରେ ପଞ୍ଚାମୃତ ଭୋଗ କରାଯାଇଥାଏ। ଏହାକୁ ଦେବତାଙ୍କ ଭୋଜନ ବୋଲି କୁହାଯାଏ। ପଞ୍ଚାମୃତ ସେବନର ଖୁବ୍ ମହତ୍ବ ରହିଛି। ଏହାକୁ ସେବନ କରିବା ଦ୍ୱାରା ଆମ ମନରେ ସକରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ଶ୍ରଦ୍ଧା ଓ ଭକ୍ତିର ସହ ପଞ୍ଚାମୃତ ସେବନ କରୁଥିବା ବ୍ୟକ୍ତିଙ୍କୁ ଜୀବନରେ ସମସ୍ତ ପ୍ରକାର ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଆଜି ଆମେ ଜାଣିବା ପଞ୍ଚାମୃତ ସେବନ କରିବାର ଲାଭ ଓ ଏହା ସହ ଜଡ଼ିତ କିଛି ବିଶେଷ କଥା ବିଷୟରେ –

ପଞ୍ଚାମୃତ ସେବନର ଲାଭ :

- Advertisement -

୧. ପଞ୍ଚାମୃତ ଅଳ୍ପ ପରିମାଣର ସେବନ କରିବା ଉଚିତ। ଯେମିତି ଆମେ ପ୍ରସାଦ ସେବନ କରିଥାଉ।
୨. ପଞ୍ଚାମୃତରେ ଗୋଟିଏ ତୁଳସୀ ପତ୍ର ପକାଇ ଏହାର ସେବନ କରିବା ଦ୍ୱାରା କୌଣସି ପ୍ରକାର ରୋଗ ହୋଇନଥାଏ।
୩. ପଞ୍ଚାମୃତ ସେବନ ଦ୍ୱାରା ସଂକ୍ରମଣ ରୋଗ ଦୂର ହୋଇଥାଏ। ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହୋଇଥାଏ।
୪. ପଞ୍ଚାମୃତ ସେବନ ଦ୍ୱାରା ମୁହଁ ମଧ୍ୟ ଉଜ୍ବଳ ଦେଖାଯାଏ।
୫. ପଞ୍ଚାମୃତ ସେବନ ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।

ପଞ୍ଚାମୃତ ସହ ଜଡ଼ିତ ମହତ୍ବପୂର୍ଣ୍ଣ କଥା :

୧. ପଞ୍ଚାମୃତ ଯେଉଁଦିନ ତିଆରି କରୁଛନ୍ତି ସେହିଦିନ ହିଁ ଶେଷ କରିଦେବା ଉଚିତ।
୨. ପଞ୍ଚାମୃତ ସର୍ବଦା ଡାହାଣ ହାତରେ ଗ୍ରହଣ କରିବେ। ପଞ୍ଚାମୃତ ଗ୍ରହଣ କରିବା ସମୟରେ ବାମ ହାତ ଡାହାଣ ହାତ ତଳେ ରହିବା ଉଚିତ।
୩. ପଞ୍ଚାମୃତକୁ ମୁଣ୍ଡରେ ମାରି ତାପରେ ସେବନ କରିବେ। ଏହାପରେ ହାତକୁ ମୁଣ୍ଡରେ ମାରିବେ ନାହିଁ।
୪. ପଞ୍ଚାମୃତ ସବୁବେଳେ ରୂପା ପାତ୍ରରେ ପ୍ରସ୍ତୁତ କରିବା ଉଚିତ। ରୂପା ପାତ୍ରରେ ତିଆରି କରାଯାଇଥିବା ପଞ୍ଚାମୃତ ଶୁଦ୍ଧ ହୋଇଥାଏ। ଏହାକୁ ସେବନ କରିବା ଦ୍ବାରା ଅନେକ ରୋଗ ଭଲ ହୋଇଥାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories