www.samajalive.in
Sunday, December 14, 2025
26.1 C
Bhubaneswar

ଫନୀ ପୀଡ଼ିତଙ୍କ ପାଇଁ ଆମ୍ବ ନିଲାମ କରିବେ ଚାଷୀ

ବଲାଙ୍ଗିର: ବାତ୍ୟା ଫନୀ ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ବଲାଙ୍ଗିର ରୋଟାରୀ କ୍ଲବ ପକ୍ଷରୁ ବଲାଙ୍ଗିର ପୁଲିସ ସହଯୋଗର ହାତ ବଢାଇଥିବା ବେଳେ କଣ୍ଟାବାଞ୍ଜି, ଟିଟିଲାଗଡ ଆଦି ଅଞ୍ଚଳରୁ ମଧ୍ୟ ସହଯୋଗ ଯୋଗାଇ ଦିଆଯାଇଛି। ଇତିମଧ୍ୟରେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ, ପାଟଣାଗଡ ବିଜେଡି ପ୍ରାର୍ଥୀ ସରୋଜ ମେହେର, ଟିଟିଲାଗଡ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁ ପ୍ରମୁଖ ମଧ୍ୟ ନିଜ ସମର୍ଥକଙ୍କ ସହ ଯାଇ ପୁରୀ ଜିଲାର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ଖାଦ୍ୟ ପଦାର୍ଥ ବଣ୍ଟନ କରିବା ସହ ଲୋକଙ୍କୁ ସହାୟତା ଦେଇଛନ୍ତି। ସେହିପରି ବଲାଙ୍ଗିର ସହରର ଅନ୍ୟତମ ପ୍ରମୁଖ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ବିଦ୍ୟୁତ ଟିମ୍‍ ସହ ସହଯୋଗୀମାନେ ପୁରୀ ଜିଲାକୁ ଯାଇଛନ୍ତି। ପୁରୀ ଜିଲାର ହରେକୃଷ୍ଣପୁରରେ ବିଙ୍ଗ ହ୍ୟୁମାନର ସଦସ୍ୟମାନେ କ୍ୟାମ୍ପ କରି ଖାଦ୍ୟ ପଦାର୍ଥ ଯୋଗାଇ ଦେବା ସହ ବିଦ୍ୟୁତ ସରବରାହ କେମିତି ଠିକ୍‍ ହୋଇପାରିବ ସେଥିପାଇଁ ଲାଗିଛନ୍ତି।

ତେବେ ବଲାଙ୍ଗିରର ଆମ୍ବ ଚାଷୀ ଅରୁଣ ମିଶ୍ର ନିଆରା ପଦକ୍ଷେପ ନେଇଛନ୍ତି। ଆସନ୍ତା ଶନିବାର, ୧୮ ତାରିଖ ଦିନ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ସଂଧ୍ୟା ୬ଟାରୁ ରାତି ୮ଟା ଯାଏ ସେ ନିଜ ବଗିଚାର ଆମ୍ବଗୁଡ଼ିକୁ ନିଲାମ କରିବା ପାଇଁ ଘୋଷଣା କରିଛନ୍ତି। ଏହି ନିଲାମରେ ମିଳିବାକୁ ଥିବା ଅର୍ଥ ସେ ଫଣି ପୀଡ଼ିତଙ୍କ ଉଦ୍ଦେଶ୍ୟରେ ଦେବେ ବୋଲି ସୂଚନା ଦେଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories