www.samajalive.in
Saturday, December 13, 2025
26.1 C
Bhubaneswar

ନିର୍ବାଚନରେ ହ୍ୱାଟ୍ସ ଆପ କ୍ଲୋନିଂ: ୫ ବଦଳରେ ଦିନକୁ ଲକ୍ଷେ ମେସେଜ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଅନୈତିକ ଉପାୟରେ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାକୁ ରାଜନୈତିକ ଦଳଗୁଡିକ ଯଥା ସମ୍ଭବ ଚେଷ୍ଟା କରୁଥିବା ବେଳେ ନିର୍ବାଚନ କମିଶନ ଅର୍ଥ ସହ ବିଭିନ୍ନ ଦ୍ରବ୍ୟ ଜବତ କରୁଛନ୍ତି। କିନ୍ତୁ ରାଜନୈତିକ ଦଳର ଆଇଟି ଦାୟିତ୍ୱ ନେଇଥିବା ପ୍ରମୁଖମାନେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ପାଇଁ ହ୍ୱାଟ୍ସ ଆପ ଭଳି ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରିବାକୁ ପଛେଇ ନାହାନ୍ତି। ବିଭିନ୍ନ ସମ୍ବାଦ ସରବରାହ ସଂସ୍ଥା ଓ ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ଓ ପ୍ରସାରିତ ତଥ୍ୟକୁ ଭିତ୍ତି କରି ଏକଥା ଜଣା ପଡିଛି ଯେ, ବହୁ ଲୋକପ୍ରିୟ ହ୍ୱାଟ୍ସ ଆପର କ୍ଲୋନିଂ ଆପ ଏବଂ ସଫ୍ଟଓୟାର ବ୍ୟବହାର କରି ଲକ୍ଷ ଲକ୍ଷ ମେସେଜ ପଠାଯାଉଛି।

ଭାରତରେ ୨୦୦ ମିଲିଅନ କୋଟି ହ୍ୱାଟ୍ସ ଆପ ବ୍ୟବହାରକାରୀ ଥିବା ବେଳେ ନିର୍ବାଚନ ସମୟରେ ସମସ୍ତଙ୍କ ପାଖରେ ପହଞ୍ଚିବା ଏକ ପ୍ରକାର ଅସମ୍ଭବ ବ୍ୟାପାର। ଗତ ବର୍ଷ ଉତ୍ତେଜନା ସୃଷ୍ଟିକାରୀ ମେସେଜ ବହୁଳ ପ୍ରସାର ହେବା ଫଳରେ ହ୍ୱାଟ୍ସ ଆପ ଥରକେ ମାତ୍ର ୫ଜଣଙ୍କୁ ମେସେଜ ଦେବା ଭଳି ପ୍ରତିବନ୍ଧକ ଲାଗୁ କରିଥିଲେ କିନ୍ତୁ ମେ ୧୯ରେ ଶେଷ ହେବାକୁ ଥିବା ନିର୍ବାଚନରେ ହ୍ୱାଟ୍ସ ଆପର କ୍ଲୋନିଂ ସଫ୍ଟଓୟାରର ଖୋଲାଖୋଲି ବ୍ୟବହାର ହେଉଥିବା ଜଣା ପଡିଛି। ଯଦିଓ ଏ ସମ୍ପର୍କରେ ବିଜେପି ଆଇଟି ମୁଖ୍ୟ ଅମିତ ମାଲବୀୟ ଓ କଂଗ୍ରେସ ଆଇଟି ମୁଖ୍ୟ ଦିବ୍ୟା ସ୍ପନ୍ଦନା କିଛି କହି ନାହାନ୍ତି, କିନ୍ତୁ ବିଶେଷ କରି ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଏଭଳି କ୍ଲୋନିଂ ସଫ୍ଟଓୟାର ବ୍ୟବହାର କରି ଲକ୍ଷ ଲକ୍ଷ ମେସେଜ ପଠାଉଥିବା କୁହାଯାଇଛି। ଅନଲାଇନ ମାଧ୍ୟମରେ ମାତ୍ର ଏକ ହଜାର ଟଙ୍କାରେ ଏହି କ୍ଲୋନିଂ ସଫ୍ଟଓୟାର ମିଳୁଥିବା ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories