www.samajalive.in
Saturday, December 13, 2025
14.1 C
Bhubaneswar

ପପ୍‍ଅପ୍‍ ସେଲଫି କ୍ୟାମେରା ସହ ‘ରିଅଲମି-ଏକ୍ସ’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ରିଅଲମି ତାର ନୂଆ ସ୍ମାର୍ଟଫୋନ ରିଅଲମି-ଏକ୍ସର ବଜାର ପ୍ରବେଶ କରିଛି। ଫୋନର ବିଶେଷତ୍ୱ ବିଷୟରେ କହିଲେ, ଏଥିରେ ପପ୍‍ ଅପ୍‍ ସେଲଫି କ୍ୟାମେରା ଦିଆଯାଇଛି। ଫୋନରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ପାଇ ୯.୦ଆଧାରିତ କଲରଓଏସ୍‍ ୬.୦ମିଳିବ। ଏହାବ୍ୟତୀତ ଫୋନରେ ୬.୫୩ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦୍ଠ୨୩୪୦ ପିକ୍ସଲ। ଡିସପ୍ଲେ ଉପରେ ଗରିଲା ଗ୍ଲାସ-୫ ପାଇପାରିବେ। ଏହାସହ ଫୋନରେ ଇନଡିସପ୍ଲେ ଟିପଚିହ୍ନ ସେନସର ରହିଛି। ଏଥିରେ କ୍ୱାଲାକମର ଅକ୍ଟାକୋର ସ୍ନାପଡ୍ରାଗନ ୭୧୦ପ୍ରୋସେସର ମିଳିବ। ଫୋନରେ ୮ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ପର୍ଯ୍ୟନ୍ତ ମେମୋରୀ ପାଇପାରିବେ।

pic courtesy-technobezz

ରିଅଲମି ଏକ୍ସରେ ଡୁଆଲ ରିୟର କ୍ୟାମେରା ରିହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୪୮ମେଗାପିକ୍ସେଲର ଏଫ୍‍/୭ଅଫର୍ଚର ଲେନ୍ସ ରହିଛି। ସେହିଭଳି ଦ୍ୱିତୀୟ କ୍ୟାମେରାଟି ୫ମେଗାପିକ୍ସେଲର ରହିଛି। ଫୋନରେ ୩୭୬୫ଏମ୍‍ଏଚର ବ୍ୟାଟେରୀ ରହିଛି। ଯାହା ଫାଷ୍ଟ ଚାର୍ଜିଙ୍ଗ ଭିଓଓସି ୩.୦କୁ ସପୋର୍ଟ କରିଥାଏ। ସଂଯୋଗ ଫାଇଁ ଫୋନରେ ୟୁଏସବି ଟାଇପ୍‍ ସି ପୋର୍ଟ, ୪ଜି ଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି-୫ ଏବଂ ଜିପିଏସର ସପୋର୍ଟ ମିଳିବ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା,

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories