www.samajalive.in
Wednesday, December 10, 2025
14.1 C
Bhubaneswar

‘ସିଦ୍ଧୁଙ୍କୁ ପଞ୍ଜାବରେ ପ୍ରଚାର କରିବାକୁ ଦେଉନାହାନ୍ତି ଅମରିନ୍ଦର ସିଂହ’

ଅମୃତସର : କଂଗ୍ରେସର ଷ୍ଟାର ପ୍ରଚାରକ, ପୂର୍ବତନ କ୍ରିକେଟର ତଥା ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ନିଜ ରାଜ୍ୟରେ ପ୍ରଚାର କରିବେ ନାହିଁ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତାଙ୍କୁ ପ୍ରଚାର କରିବା ପାଇଁ ମନା କରିଛନ୍ତି। ସିଦ୍ଧୁଙ୍କ ପତ୍ନୀ ତଥା ବିଜେପିର ପୂର୍ବତନ ବିଧାୟକ ନବଜୋତ କୌର ମଙ୍ଗଳବାର ଏହା କହିଛନ୍ତି।
କୁହାଯାଉଥିଲା ଯେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସିଦ୍ଧୁ ପ୍ରଚାର କରିପାରିବେ ନାହିଁ। କିନ୍ତୁ ତାଙ୍କ ପତ୍ନୀ ଏହାକୁ ଖଣ୍ଡନ କରିବା ସହ ତାଙ୍କୁ ଅମରିନ୍ଦର ସିଂହ ପ୍ରଚାର କରିବାକୁ ଦେଉନାହାନ୍ତି ବୋଲି କହିଛନ୍ତି। ସେ ଏଥିପାଇଁ ପଞ୍ଜାବ ପ୍ରଭାରୀ ଆଶା କୁମାରୀଙ୍କୁ ମଧ୍ୟ ଦାୟୀ କରିଛନ୍ତି।
ନବଜୋତ କୌର କହିଛନ୍ତି ଯେ ଅମରିନ୍ଦର ହେଉଛନ୍ତି ଛୋଟ କ୍ୟାପଟେନ ଆଉ ରାହୁଲ ଗାନ୍ଧୀ ହେଛନ୍ତି ବଡ଼ କ୍ୟାପ୍ଟେନ। ବଡ଼ କ୍ୟାପ୍ଟେନ ସିଦ୍ଧୁଙ୍କୁ ଅନ୍ୟ ରାଜ୍ୟରେ ପ୍ରଚାର ଦାୟିିତ୍ୱ ଦେଇଛନ୍ତି। ଛୋଟ କ୍ୟାପ୍ଟେନ ସାହାବ ଓ ଆଶା କୁମାରୀ ସମସ୍ତ ୧୩ ଲୋକସଭା ଆସନରେ ଦଳକୁ ବିଜୟୀ କରିବାର ଦାୟିତ୍ୱ ନେଇଛନ୍ତି, ତେଣୁ ସିଦ୍ଧୁଙ୍କ ସେଠାରେ ଆବଶ୍ୟକତା ନାହିଁ। ଏହାସହ କୌର ପ୍ରକାଶ କରିଛନ୍ତି ଯେ ସେ ଅମୃତସର ଲୋକସଭା ଆସନରେ ନିର୍ବାଚନ ଲଢିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ଅମରିନ୍ଦର ସିଂହ ଟିକେଟ ଦେବାକୁ ମନା କରିଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories