www.samajalive.in
Wednesday, December 10, 2025
26.1 C
Bhubaneswar

କଟକରୁ ସ୍ଥାନାନ୍ତର ହେବ ନାହିଁ ରେଳ ଡାକ ସେବା କାର୍ଯ୍ୟାଳୟ : ମୁଖ୍ୟ ମହା ଡାକପାଳ

ଭୁବନେଶ୍ୱର : ରେଳଡାକ ସେବା କାର୍ଯ୍ୟାଳୟ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଉଥିବା ନେଇ କେତେକ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଛି । ତେବେ ଡାକ ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ ଏହା ଏକ ଅସଂପୂର୍ଣ୍ଣ ତଥ୍ୟ । ତେବେ କଟକ ରେଳଡାକ ସେବା କାର୍ଯ୍ୟାଳୟ ସ୍ତାନାନ୍ତର କରାଯାଉନାହିଁ । କିନ୍ତୁ ବରିଷ୍ଠ ଅଧିକ୍ଷକ ରେଳଡାକ ସେବା କାର୍ଯ୍ୟାଳୟର କିଛି ଅଂଶ ସ୍ଥାନାନ୍ତର କରାଯାଉଛି । ବର୍ତ୍ତମାନ ମାଛୁଆ ବଜାରସ୍ଥିତ କାର୍ଯ୍ୟାଳୟଗୃହ ୮୦ ବର୍ଷରୁ ଅଧିକ ସମୟ ହେବ ଏକ ଆଜବେଷ୍ଟସ ଘରେକାର୍ଯ୍ୟ କରୁଛି। ୨୦୧୮ ମସିହାରେ ସେଠାରେ ରେଳ ଡାକ ସେବା ପାଇଁ ଏକ ନୂତନ କୋଠାଘର ତିଆରି କରିବାର ଯୋଜନା ପ୍ରସ୍ତୁତ ହୋଇଛି। ସେଥିପାଇଁ ବରିଷ୍ଠ ଅଧିକ୍ଷକ, ରେଳଡାକ ସେବା କାର୍ଯ୍ୟାଳୟ କିଛି ଦିନ ପାଇଁ ଭୁବନେଶ୍ଵରରେ ଥିବା ଉଦବୃତ ସ୍ଥନକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିଲା ଓ ତଦନୁଯାୟୀ ପ୍ରଶାସନିକ ଆଦେଶ ଦିଆଯାଇଥିଲା।

ତେବେ ଫନି ଦ୍ୱରା ବର୍ତ୍ତମାନର କାର୍ଯ୍ୟାଳୟ ଗୃହ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଥିବାରୁ ପୂର୍ବ ଆଦେଶ ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ସହିତ ଏଚ୍‍.ଆର.ଓ କାର୍ଯ୍ୟାଳୟକୁ ୧୫ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ ଦୁଇଟି ବାସଭବନକୁ ସ୍ଥାନାନ୍ତରୀତ କରିବାକୁ ଆଦେଶ ଦିଆଯାଇଛି । ବରିଷ୍ଠ ଅଧିକ୍ଷକ ଏକ ପ୍ରଶାସନିକ କାର୍ଯ୍ୟାଳୟ ହୋଇଥିବାରୁ ଏବଂ ସମସ୍ତ ପ୍ରଶାସନିକ କାର୍ଯ୍ୟ କମ୍ପ୍ୟୁଟର (ସିଏସଆଇ) ଦ୍ୱାରା କରାଯାଉଥିବାରୁ କୌଣସି କର୍ମଚାରୀ ଏହାଦ୍ୱାରା ଅସୁବିଧାରେ ପଡିବେ ନାହିଁ। ମୁଖ୍ୟ ରେଳ ଡାକ ସେବା କାର୍ଯ୍ୟାଳୟ ବର୍ତ୍ତମାନ ସ୍ଥାନ ଯଥା ରେଳ ଷ୍ଟେସନ ଏବଂ କଟକ ଜିପିଓ ଠାରେ ପୂର୍ବପରି କାର୍ଯ୍ୟ କରିଚାଲିବ। ତେଣୁ କୌଣସି କର୍ମଚାରୀ ଆନ୍ଦୋଳନ ନ କରି ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରି କାର୍ଯ୍ୟ କରିବାକୁ ମୁଖ୍ୟ ମହା ଡାକପାଳ ଅନୁରୋଧ କରିଛନ୍ତି।

Hot this week

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories