www.samajalive.in
Wednesday, December 10, 2025
26.1 C
Bhubaneswar

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଭୋଜନରେ ସାମିଲ କରନ୍ତୁ ଏହି ୪ଟି ଡ୍ରାଏ ଫ୍ରୁଟ୍ସ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କ ଭୋଜନ ତାଲିକାରେ ସାମିଲ କରନ୍ତୁ ଡ୍ରାଏ ଫୁଡ୍‍ସ। ପ୍ରତିଦିନ କିଛି କିଛି ପରିମାଣ ଡ୍ରାଏ ଫ୍ରୁଟ୍ସ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ୪ଟି ଡ୍ରାଏ ଫ୍ରୁଟ୍ସ ବିଷୟରେ ଯାହା ଶରୀରକୁ ସୁସ୍ଥ ରଖିଥାଏ ।

ବାଦାମ: ଡ୍ରାଏ ଫ୍ରୁଟ୍ସ ମଧ୍ୟରେ ବାଦାମ ବା ଆଲମଣ୍ଡରେ ପ୍ରୋଟିନ ଓ ଭିଟାମିନ ‘ଇ’ ଭରପୁର ମାତ୍ରାରେ ରହିଥାଏ। ରାତିରେ ବାଦାମକୁ ପାଣିରେ ଭିଜାଇ ରଖନ୍ତୁ ଏବଂ ତା’ ପରଦିନ ସକାଳେ ଏହାର ଚୋପା ଛଡାଇ ଖାଆନ୍ତୁ। ଏହା ଶରୀର ପାଇଁ ଲାଭ ଦାୟକ ହୋଇଥାଏ। ବାଦାମ ଶରୀର ମଧ୍ୟରେ ଥିବା କୋଲେଷ୍ଟ୍ରରଲ ହଟାଇବାରେ ସାହାଯ୍ୟ କରିବା ସହ ଶକ୍ତି ପ୍ରଦାନ କରିଥାଏ।

- Advertisement -

ପିସ୍ତା: ପିସ୍ତା ବାଦାମ ରକ୍ତର ସୁଗାର ମାତ୍ରାକୁ ନିୟନ୍ତ୍ରଣ ରଖିଥାଏ। ଏଥିରେ ଫାଇବର, ପୋଟାସିୟମ, ମ୍ୟାଗ୍ନେସିୟମ ଓ ଭିଟାମିନ ‘କେ’ ଆଦି ଜରୁରୀ ତତ୍ତ୍ୱ ରହିଥାଏ। ଦିନକୁ ୭-୮ଟି ପିସ୍ତା ବାଦାମ ଖାଆନ୍ତୁ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଆବଶ୍ୟକତା ଠାରୁ ଅଧିକ ଏହାକୁ ଖାଆବା ଉଚିତ ନୁହେଁ।

କାଜୁ: ଯଦି ଆପଣ ଭାବୁଛନ୍ତି କାଜୁ ଖାଇଲେ ଓଜନ ବଢିଥାଏ, ତେବେ ଆପଣ ଭୁଲ୍‍ ଭାବୁଛନ୍ତି। କାଜୁରେ ଭିଟାମିନ ‘ଇ’ ପ୍ରଚୁର ମାତ୍ରାରେ ଥାଏ, ଯାହା ଶରୀର ପାଇଁ ହିତକାର ହୋଇଥାଏ। ଶରୀରରେ କୋଲେଷ୍ଟରଲ ଓ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବା ସହ ମୁଣ୍ଡ ବିନ୍ଧା ଦୂର କରେ। ଦିନକୁ ୭-୮ଟି କାଜୁ ଖାଇବା ଆବଶ୍ୟକ।

ଅଖରୋଟ: କାଜୁ ଭଳି ଅଖରୋଡରେ ଭିଟାମିନ ‘ଇ’ ଭରପୁର ମାତ୍ରାରେ ରହିଥାଏ। ଏହାକୁ ନିୟମିତ ଖାଇଲେ ମସ୍ତିଷ୍କ ସୁସ୍ଥ ରହିବା ସହ ଭଲ ନିଦ ହୋଇଥାଏ। ଅଖରୋଟରେ ଥିବା ଫାଇଭର ଓଜନ କମ୍‍ କରିବାରେ ସାହଯ୍ୟ କରେ।

Hot this week

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

Related Articles

Popular Categories