www.samajalive.in
Thursday, December 11, 2025
18.1 C
Bhubaneswar

ବିମୁଦ୍ରୀକରଣ ବେଆଇନ ଟଙ୍କା ବଦଳ ମାମଲା : ଆକ୍ସିସ ବ୍ୟାଙ୍କର ୨.୯୫କୋଟି ଟଙ୍କା ଜବତ କଲା ଇଡି

ନୂଆଦିଲ୍ଲୀ : ବିମୁଦ୍ରୀକରଣ ସମୟରେ ବେଆଇନ ଭାବେ ଟଙ୍କା ବଦଳ କରିଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆକ୍ସିସ ବ୍ୟାଙ୍କର ୨.୯୫କୋଟି ଟଙ୍କା ଜବତ କରିଛି।
ଏହି ମାମଲାରେ ପୁନୀତ ଜୈନ, ହେମରାଜ ସିଂହ, ବିନୋଦ ଦେଶମୁଖ, ରାଜୀବ ସିଂହ କୁଶୱାହା, ମେହଫୁଜ ଖାଁ, ପ୍ରବେଶ କୁମାର ଗାନ୍ଧୀ ଏବଂ ଅନ୍ୟମାନଙ୍କର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଜବତ କରିବା ପାଇଁ ଇଡି ଏକ ମଧ୍ୟ ବର୍ତ୍ତିକାଳୀନ ଆଦେଶ ଦେଇଛି ।
ସେହିପରି ବେଆଇନ ଅର୍ଥ କାରବାର ଆଇନ ଅନୁସାରେ ମୋହିତ ଗର୍ଗ, ରାଜ କୁମାର ଶର୍ମା ଏବଂ ଦେବେନ୍ଦ୍ର କୁମାର ଝାଙ୍କ ଠାରୁ ଜବତ ହୋଇଥିବା ତିନି କୋଟି ଟଙ୍କା ମାମଲାରେ ସେମାନଙ୍କ ନାମରେ ଦିଲ୍ଲୀ ପୁଲିସ ପକ୍ଷରୁ ଦାୟାର ହୋଇଥିବା ଏଫଆଇଆର ଆଧାରରେ ତଦନ୍ତ କରିବାକୁ ଇଡି ନିର୍ଦ୍ଦେଶ ଦେଇଛି । ବିମୁଦ୍ରୀକରଣ ସମୟରେ ତିନି କୋଟି ଟଙ୍କାର ଏହ ହଜାର ଟଙ୍କିଆ ନୋଟ ଗଚ୍ଛିତ କରି ରଖିବା ଅଭିଯୋଗରେ ଏହି ତଦନ୍ତ ଆଦେଶ ଦିଆଯାଇଛି।
ବିମୁଦ୍ରୀକରଣ ସମୟରେ ଆକ୍ସିସ ବ୍ୟାଙ୍କର ଏହି ଭ୍ରଷ୍ଟ ଅଧିକାରୀମାନେ ନକଲି କମ୍ପାନୀ ମାଧ୍ୟମରେ ତିନି କୋଟି ଟଙ୍କା ବେଆଇନ ଭାବେ ବଦଳ କରିଥବା ତଦନ୍ତରୁ ଜଣାପଡିଛି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories