www.samajalive.in
Saturday, December 6, 2025
19.1 C
Bhubaneswar

ଅପ୍ରେଲ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୨.୯୨%ରେ ପହଞ୍ଚିଲା

ନୂଆଦିଲ୍ଲୀ : ପନିପରିବା, କ୍ଷୀର, ମାଂସ, ମାଛ, ଅଣ୍ଡା ଭଳି ଖାଦ୍ୟପଦାର୍ଥ ଦର ମହଙ୍ଗା ହେବାରୁ ଅପ୍ରେଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୨.୯୨%ରେ ପହଞ୍ଚିଛି।
କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସ୍‍ଓ) ପକ୍ଷରୁ ସୋମାବାର ପ୍ରକାଶିତ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଅନୁସାରେ ଗତ ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୨.୮୬% ଥିଲା। ଏହା ପୂର୍ବରୁ ୨୦୧୮ ଅପ୍ରେଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି ସର୍ବୋଚ୍ଚ ୪.୫୮%ରେ ପହଞ୍ଚିଥିଲା। ୨୦୧୮ ଅକ୍ଟୋବର ପରେ ଚଳିତ ବର୍ଷ ଅପ୍ରେଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬ ମାସର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ପରିସଂଖ୍ୟାନ ଅନୁସାରେ ଖାଦ୍ୟ ପଦାର୍ଥ ଦରଦାମ ଅପ୍ରେଲରେ ବୃଦ୍ଧି ପାଇ ୧.୧%ରେ ପହଞ୍ଚିଛି। ସେହିପରି ପନିପରିବା ଦରଦାମ ୨.୮୭% ବୃଦ୍ଧି ପାଇଛି। ତେବେ ମାର୍ଚ୍ଚ ମାସରେ ପନିପରିବା ଦରରେ ହ୍ରାସ ପରିଲକ୍ଷିତ ହୋଇଥିଲା। ଅପ୍ରେଲରେ ଫଳ ଦାମରେ ହ୍ରାସ ଦେଖାଯାଇଛି। ଇନ୍ଧନ ଏବଂ ବିଦ୍ୟୁତ୍‍ ୨.୫୬% ମହଙ୍ଗା ହୋଇଛି। ଗତ ମାସରେ ଏହା ୨.୪୨% ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରା ନୀତି ସମୀକ୍ଷା ସମୟରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ଉପରେ ଗୁରୁତ୍ୱ ଦେଇଥାଏ। ଆସନ୍ତା ଜୁନ ମାସର ପ୍ରଥମ ସପ୍ତାହରେ ଆରବିଆଇର ମୁଦ୍ରା ନୀତି ସମୀକ୍ଷା ବୈଠକ ହେବ। ସରକାର ଆରବିଆଇକୁ ଖୁଚୁରା ମୁଦ୍ରାସ୍ଫୀତି ୪% ମଧ୍ୟରେ ରଖିବାକୁ ଲକ୍ଷ୍ୟ ପ୍ରଦାନ କରିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ୩.୪% ରହିଥିଲା।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories