www.samajalive.in
Friday, December 12, 2025
26.1 C
Bhubaneswar

ମୋଦୀଙ୍କୁ ଚିଠି ଲେଖି ସହାୟତା ମାଗିଲେ ନବୀନ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚଠି ଲେଖି ଫନି ସାମୁଦ୍ରିକ ଝଡ଼ ପରେ କେନ୍ଦ୍ର ଯୋଗାଇ ଦେଇଥିବା ସହାୟତା ଲାଗି ଧନ୍ୟବାଦ ଜଣାଇଛନ୍ତି। ନବୀନ ନିଜ ଚିଠିରେ ଓଡ଼ିଶାର ବାତ୍ୟା ବିଧ୍ୱସ୍ତ ଅଞ୍ଚଳର ପୁନରୁଦ୍ଧାର ଓ ଥଇଥାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଧିକ ସାହାଯ୍ୟ ମାଗିଛନ୍ତି।
ମୁଖ୍ୟମନ୍ତ୍ରୀ ନିଜ ଚିଠିରେ ଲେଖିଛନ୍ତି ଯେ ସର୍ବପ୍ରଥମେ ଫନି ପରେ ଓଡ଼ିଶା ସରକାରଙ୍କୁ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ସହାୟତା ପାଇଁ ଧନ୍ୟବାଦ ଦେଉଛି। ବାତ୍ୟା ପ୍ରଭାବିତ ଜିଲାର ଲୋକମାନେ ବହୁ ସମସ୍ୟାରେ ଗତି କରୁଛନ୍ତି। ସେମାନେ ବାସହରା ହୋଇପଡିଛନ୍ତି। ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ କରୁଛନ୍ତି। ଖୁବଶୀଘ୍ର ଏହି ଆକଳନ ଶେଷ ହେବାର ସମ୍ଭାବନା ଅଛି। ପ୍ରାଥମିକ ଆଳନ ଅନୁସାରେ ସର୍ବାଧିକ ପ୍ରଭାବିତ ୧୪ ଜିଲାର ପ୍ରାୟ ୫ ଲକ୍ଷ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି କିମ୍ବା ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ପୁରୀ ଜିଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।
ମଇ ୬ରେ ଆପଣ ଓଡ଼ିଶା ଆସି କ୍ଷୟକ୍ଷତି କଥା ବୁଝିଥିଲେ। ରାଜ୍ୟ ପ୍ରଶାସନ କ୍ଷୟକ୍ଷତି ନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲା। ଆଲୋଚନା କାଳରେ ଓଡ଼ିଶାର ସମୁଦ୍ର ଉପକୂଳର୍ତ୍ତୀ ଅଞ୍ଚଳରେ ବଡ଼ ବାତ୍ୟାକୁ ସହ୍ୟ କରିପାରୁଥିବା ଘର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)ରେ ୫ ଲକ୍ଷ ଘର ନିର୍ମାଣ କରିବାକୁ ଦାବି ଉପସ୍ଥାପନ କରୁଛି। ସେହିପରି କିଛି ବିଶେଷ ଆବଣ୍ଟନ ୱେଟ୍‍ ଲିଷ୍ଟ (ପିଡବ୍ଲ୍ୟୁଏ)ରେ ଓଡ଼ିଶାକୁ ଅଗ୍ରାଧିକାର ଦିଆଯାଉ। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର ଫଣ୍ଡ ଗଠନ କରିବାକୁ ବିଚାର କରାଯାଉ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୯୦: ୧୦ ଅନପାତରେ ରାଶି ଆବଣ୍ଟିତ କରାଯାଉ। ଜୁନ ୧୦ରେ ଓଡ଼ିଶାରେ ମୌସୁମୀ ପହଞ୍ଚିବ ବୋଲି ଆଶା କରାଯାଉଛି। ବର୍ଷା ଋତୁ ଆସିବା ପୂର୍ବରୁ ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ କୋଠା ଘର ନିର୍ମାଣ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।
ପ୍ରକାଶ ଯେ ଗୋଟିଏ ସପ୍ତାହ ପୂର୍ବରୁ ନବୀନ ପଟ୍ଟନାୟକ ଫନି ବିଧ୍ୱସ୍ତ ଓଡ଼ିଶାରେ ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟ ପାଇଁ ୧୭୦୦୦ କୋଟି ଟଙ୍କାର ସହାୟତା ମାଗିଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories