www.samajalive.in
Saturday, December 13, 2025
26.1 C
Bhubaneswar

ରିଲିଫ୍‍ ପାଣ୍ଠିକୁ ୨ମାସର ଦରମା ଦେଲେ ବଦ୍ରି ପାତ୍ର

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ୨ ମାସର ଦରମା ପ୍ରଦାନ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଫୋନୀ ବାତ୍ୟା ପ୍ରଭାବିତଙ୍କ ସହାୟତା ନିମନ୍ତେ ୨ ମାସର ଦରମା ୧ ଲକ୍ଷ ୯୪ ହଜାର ଟଙ୍କାର ଚେକ୍‍ ପ୍ରଦାନ କରିଛନ୍ତି।

ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ୪କୋଟି ୪୫ଲକ୍ଷ ଟଙ୍କାର ଦାନ ମିଳିଥିବା ଜଣାପଡିଛି। ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‍ କର୍ପୋରେସନ୍‍ ପକ୍ଷରୁ ୧କୋଟି ଟଙ୍କା, ନାଲକୋ କର୍ମଚାରୀ ସଂଘ ପକ୍ଷରୁ ୨କୋଟି ୫୩ଲକ୍ଷ ୮ହଜାର ୧୦୮ଟଙ୍କା, ମାସୋନ୍‍ ଇଷ୍ଟେଡ୍‍ ପକ୍ଷରୁ ୧ଲକ୍ଷ ଟଙ୍କା, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୩ଲକ୍ଷ ଟଙ୍କା, ଫୁଲବାଣୀ ଇଣ୍ଡିଆନ୍‍ ରେଡକ୍ରସ ସୋସାଇଟି ପକ୍ଷରୁ ୧୦ଲକ୍ଷ ୮୨ହଜାର ୫୪୧ଟଙ୍କା ଦାନ ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories