www.samajalive.in
Sunday, December 14, 2025
23.1 C
Bhubaneswar

ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ୨୦ହଜାର ଜୋରିମାନା

– ମନମୁଖୀ କାମ କରି ପାରିବେନି ସରକାରୀ ବିଭାଗ
ନୂଆଦିଲ୍ଲୀ: ସ୍ୱତନ୍ତ୍ର ଲିଭ ପିଟିସନ ଦଖଲରେ ଅହେତୁକ ବିଳମ୍ବ ପାଇଁ ସୁପ୍ରିମକୋର୍ଟ ବିହାର ସରକାରଙ୍କ ଉପରେ ୨୦ ହଜାର ଟଙ୍କା ଜୋରିମାନା କରିବା ସହ ବିଳମ୍ବ ପାଇଁ ମନମୁଖୀ ସରକାରୀ କାର୍ଯ୍ୟକୁ ବାହାନା କରିପାରିବେନି। ମିଳିଥିବା ସୂଚନା ଅନୁଯାୟୀ, ପାଟଣା ହାଇକୋର୍ଟର ଏକକ ଖଣ୍ଡପୀଠ ନିଷ୍ପତ୍ତି ବିରୁଦ୍ଧରେ ବିହାର ସରକାର ଦୁଇ ଜଣିଆ ଖଣ୍ଡପୀଠରେ ୩୬୭ ଦିନ ବିଳମ୍ବରେ ସ୍ୱତନ୍ତ୍ର ଲିଭ ପିଟିସନ ଦାଖଲ କରିଥିଲେ। ତେବେ ପାଟଣା ହାଇକୋର୍ଟ ଏହି ବିଳମ୍ବ ପାଇଁ କୌଣସି କାରଣ ନ ପାଇବାରୁ ସ୍ୱତନ୍ତ୍ର ଲିଭ ପିଟିସନକୁ ଖାରଜ କରିଦେଇଥିଲେ।

ପୁଣିଥରେ ବିହାର ସରକାର ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ ପିଟିସନ ଦାଖଲ କଲେ କିନ୍ତୁ ତାହା ପାଟଣା ହାଇକୋର୍ଟ ଖାରଜ କରିବାର ୭୨୮ ଦିନ ପରେ। ବିଳମ୍ବ ହେବାର କାରଣ ଦର୍ଶାଇବାକୁ ଯାଇ ବିହାର ସରକାର ସୁପ୍ରିମକୋର୍ଟକୁ ଜଣାଇଥିଲେ ଯେ ଏହି ମାମଲା ସମ୍ପର୍କିତ ବିଭାଗରୁ ଆଫିଡାଭିଟ ଓ ଓକିଲ ଘୋଷଣା ପତ୍ର ପାଇବାରେ ଅଧିକ ସମୟ ଲାଗିଲା। ଜଷ୍ଟିସ କିସାନ କୌଲ ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ବିହାର ସରକାରଙ୍କ ଖାମଖିଆଲି ମନୋଭାବ ବୋଲି କହିବା ସହ ୨୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ଖଣ୍ଡପୀଠ ସ୍ୱତନ୍ତ୍ର ଲିଭ ପିଟିସନ ଖାରଜ କରିବା ସହ ଜୋରିମାନା ଅର୍ଥ ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କଠାରୁ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories