www.samajalive.in
Wednesday, December 10, 2025
23.1 C
Bhubaneswar

ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସରଗରମ୍ ପ୍ରଚାର ଅଭିଯାନ

ନୂଆଦିଲ୍ଲୀ : ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ୍ ହୋଇ ଉଠିଛି । ଏହି ପର୍ଯ୍ୟାୟରେ ଆସନ୍ତା ୧୯ ତାରିଖ ଦିନ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ଟି ନିର୍ବାଚନ ମଣ୍ଡଳି ପାଇଁ ଭୋଟ୍‍ ଗ୍ରହଣ କରାଯିବ।

ଉତ୍ତର ପ୍ରଦେଶ ଓ ପଞ୍ଜାବର ୧୩ଟି ଲେଖାଏଁ ଲୋକସଭା  ଆସନ, ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ହିମାଚଳ ପ୍ରଦେଶର ସମସ୍ତ ୪ଟି ଆସନ, ଝାଡ଼ଖଣ୍ଡର ୩ଟି ଆସନ ଓ ଚଣ୍ଡୀଗଡ଼ର ଏକମାତ୍ର ଲୋକସଭା ଆସନରେ ଏହି ପର୍ଯ୍ୟାୟରେ ମତଦାନ ହେବ। ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ତଥା ତାରକା ପ୍ରଚାରକମାନେ ଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାମାନ ଆୟୋଜନ କରି ନିଜ ନିଜ ଦଳ ସପକ୍ଷରେ ଭୋଟର୍‍ମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ତାଙ୍କ ସରକାର କ୍ଷମତାକୁ ଫେରିଲେ ଜଳ ସମସ୍ୟା ଓ ତାର ସମାଧାନ ପାଇଁ  ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରିବେ। ଉତ୍ତରପ୍ରଦେଶର ସୋନଭଦ୍ରା ଜିଲ୍ଲାରେ ଏକ ନିର୍ବାଚନ ସଭାରେ ଉଦ୍‍ବୋଧନ
ଦେଇ ଶ୍ରୀ ମୋଦୀ କହିଛନ୍ତି, ଯଦିଓ ଏଠାରୁ ସମଗ୍ର ଦେଶ ପାଇଁ ବିଦ୍ୟୁତ୍‍ ଉତ୍ପାଦନ ହେଉଛି ତେବେ ସପା-ବସପା ସରକାରଙ୍କ କୁଶାସନ ଯୋଗୁଁ ଜିଲ୍ଲାର ଗ୍ରାମାଞ୍ଚଳରେ ବିଦ୍ୟୁତ୍‍ ନାହିଁ।କେନ୍ଦ୍ର ସରକାରଙ୍କ ଉଦ୍ୟମରେ ପୂର୍ବାଞ୍ଚଳରେ ବିକାଶ ସମ୍ଭବ ହୋଇଛି ଓ ପ୍ରଥମଥର ପାଇଁ ସେହି ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି।
କଂଗ୍ରେସ ନେତା ଶାମ୍‍ ପିଟ୍ରୋଡାଙ୍କ ମନ୍ତବ୍ୟ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ‘ହୁଆ ତୋ ହୁଆ’ ମନ୍ତବ୍ୟ କଂଗ୍ରେସ ପାର୍ଟିର ଅହଂକାରର ପ୍ରତିଫଳନ କରୁଛି ଓ ଏଭଳି ଅହଂକାର ପାଇଁ କଂଗ୍ରେସ ପାର୍ଟିକୁ ଦଣ୍ଡିତ କରିବାକୁ ସେ ଲୋକମାନଙ୍କୁ କହିଛନ୍ତି। ଉତ୍ତରପ୍ରଦେଶର ଗାଜିପୁରଠାରେ ମଧ୍ୟ ସେ ଆଉ ଏକ ରାଲିରେ ଉଦ୍‍ବୋଧନ ଦେଇଛନ୍ତି । ସେହିପରି  ବିଜେପି ସଭାପତି ଅମିତ ଶାହା ଝାଡ଼ଖଣ୍ଡର ପାକୁରଠାରେ ଏକ ନିର୍ବାଚନୀ ସଭାରେ ଦେଇଛନ୍ତି।

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ସାଜାପୁରଠାରେ ଏକ ନିର୍ବାଚନ ସଭାରେ ଉଦ୍‍ବୋଧନ ଦେଇ ଛନ୍ତି କହିଛନ୍ତି, ବିଜେପି,ଆର୍‍ଏସ୍‍ଏସ୍‍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନରେ ତାଙ୍କ ପରିବାର ପ୍ରତି ଘୋର ଘୃଣାଭାବ ରହିଛି। କିନ୍ତୁ ସେମାନଙ୍କ ପ୍ରତି ତାଙ୍କ ମନରେ ତିଳେମାତ୍ର ଘୃଣାଭାବ ନାହିଁ। ମଧ୍ୟପ୍ରଦେଶର ସୁଜାଲପୁରଠାରେ ଏକ
ଜନସଭାରେ ଉଦ୍‍ବୋଧନ ଦେଇ ସେ କହିଛନ୍ତି, ଶ୍ରୀ ମୋଦି, ତାଙ୍କର ପିତା ରାଜୀବ ଗାନ୍ଧୀ, ଜେଜେମା ଇନ୍ଦିରା ଗାନ୍ଧୀ ଓ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଅଣଅଜା ଜବାହାରଲାଲ ନେହେରୁଙ୍କୁ ଯଦିଓ ସର୍ବଦା ସମାଲୋଚନା କରିଆସୁଛନ୍ତି ଏହା ସତ୍ତ୍ବେ ସେ ତାଙ୍କୁ ସ୍ନେହର ସହିତ ଆଲିଙ୍ଗନ କରୁଛନ୍ତି। ଦେୱାସ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଗାୟକ ପ୍ରହଲ୍ଲାଦ ଟିପାନିଆଙ୍କ ପାଇଁ ଏକ ନିର୍ବାଚନୀ ସଭାରେ ସେ ଏହା କହିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories