www.samajalive.in
Saturday, December 13, 2025
21.1 C
Bhubaneswar

ଜାଣନ୍ତୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭାତର ଆବଶ୍ୟକତା

ଭାତ ବିଶେଷ କରି ବିଭିନ୍ନ ସ୍ଥାନର ମୁଖ୍ୟ ଖାଦ୍ୟ ଅଟେ। ବହୁ ଲୋକଙ୍କ ଏପରି ଧାରଣା ଯେ ଭାତ ନଖାଇଲେ ପେଟ ଭର୍ତ୍ତି ହୋଇନଥାଏ। ସେହିପରି ବହୁ ଲୋକଙ୍କ ଏପରି ମଧ୍ୟ ଧାରଣା ଯେ, ଭାତ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ପାଇଥାଏ। ମାତ୍ର ଏହି ଧାରଣା କେତେ ପରିମାଣରେ ସଠିକ ସେ ବିଷୟରେ ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ ଭାତ ଖାଇବା ଦ୍ୱାରା ଆମକୁ କି କି ଉପକାର ମିଳେ ଓ ମୋଟାପଣ ବୃଦ୍ଧିରେ ଏହାର ପ୍ରଭାବ ବିଷୟରେ….
ଚାଉଳରେ ବହୁ ପ୍ରକାରର ଭିଟାମିନ ଓ ମିନେରାଲନ୍ସ ରହିଛି। ଏଥିରେ ଭିଟାମିନ ଡ଼ି, କ୍ୟାଲସିୟମ, ଫାଇବର, ଆଇରନ ପ୍ରଚୁର ପରିମାଣରେ ରହିଛି।
ଭାତରେ ଅଧିକ ମାତ୍ରାରେ କାର୍ବୋହାଇଡ଼୍ରେଟ ରହିଛି। ଯାହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଆବଶ୍ୟକ ପରିମାଣରେ ଶକ୍ତି ମିଳିବା ଦ୍ୱାରା ମସ୍ତିଷ୍କ ସୂଚାରୁରୂପେ କାର୍ଯ୍ୟ କରିଥାଏ।
ଭାତରେ କୌଣସି ପ୍ରକାରର ହାନିକାରକ ଫ୍ୟାଟ ନଥାଏ କିମ୍ବା କୋଲେଷ୍ଟ୍ରୋଲର ମାତ୍ରା ମଧ୍ୟ କମ କରିଥାଏ।
ରକ୍ତଚାପ ଥିବା ବ୍ୟକ୍ତିମାନେ ଭାତ ଖାଇବା ଅତ୍ୟନ୍ତ ଲାଭଦାୟକ। ଏହା ରକ୍ତଚାପର ମାତ୍ରାକୁ ନିୟନ୍ତ୍ରଣ କରିରଖିଥାଏ।
ବ୍ରାଉନ ରାଇସ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ଥିବା ପୋଷକ ତତ୍ତ୍ୱ କର୍କଟ ଭଳି ମାରାତ୍ମକ ରୋଗକୁ ଶରୀର ଠାରୁ ଦୂରରେ ରଖେ।
ଭାତ ଖାଇବା ଦ୍ୱାରା ଆମ ଚର୍ମ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଏହାସହ ମୁହଁରେ କୁଞ୍ଚନ ସୃଷ୍ଟି ହୋଇନଥାଏ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories