www.samajalive.in
Saturday, December 13, 2025
26.1 C
Bhubaneswar

୩୬୦୦ କୋଟି ଟପିଲା ନିର୍ବାଚନୀ ବଣ୍ଡ ବିକ୍ରି

ନୂଆଦିଲ୍ଲୀ: ଭାରତର ରାଜନୈତିକ ଦଳଗୁଡିକୁ ୨୦୧୯ ମସିହା ମାର୍ଚ୍ଚ ଓ ଏପ୍ରିଲ ମାସରେ ମିଳିଛି ୩ହଜାର ୬ଶହ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଚାନ୍ଦା। ଅନ୍ୟ ପକ୍ଷରେ କହିବାକୁ ଗଲେ, ଏହି ଦୁଇ ମାସରେ ଭାରତରେ ରାଜନୈତିକ ଦଳଗୁଡିକୁ ସମର୍ଥନ କରୁଥିବା ବ୍ୟକ୍ତି ବିଶେଷ ଓ ସଂସ୍ଥାଗୁଡ଼ିକ ଏକମାତ୍ର ପ୍ରାଧୀକୃତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ୩ହଜାର ୫୦୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣି ଉପହାର କିଣିଛନ୍ତି। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ପ୍ରକାଶ ପାଇଛି। ୨୦୧୯ ମାର୍ଚ୍ଚରେ ୧ହଜାର ୩୬୫କୋଟି ଟଙ୍କାର ବଣ୍ଡ ବିକ୍ରି ହୋଇଥିବା ବେଳେ ତାହା ଏପ୍ରିଲ ମାସରେ ୬୫ ପ୍ରତିଶତ ବୃଦ୍ଧି ପାଇ ୨ହଜାର ୨୫୬କୋଟିର ପହଞ୍ଚିଛି।

ଏହି ସମୟ ମଧ୍ୟରେ ଷ୍ଟେଟ ବ୍ୟାଙ୍କର କୋଲକାତା ଶାଖା ୪୭୧କୋଟି ୩୧ଲକ୍ଷ ଟଙ୍କାର ବଣ୍ଡ ବିକ୍ରି କରିଥିବା ବେଳେ ନୂଆଦିଲ୍ଲୀ ଶାଖା ୪୦୮କୋଟି ୬୨ଲକ୍ଷ ଟଙ୍କାର ବଣ୍ଡ ବିକ୍ରି କରିଛି। ତେବେ କେଉଁ ଦଳକୁ କେତେ ମିଳିଛି ତାହା ଜଣା ପଡ଼ିନାହିଁ। ଅନ୍ୟ ପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ, ରାଜନୈତିକ ଦଳଗୁଡିକୁ ମିଳିଥିବା ବଣ୍ଡର ହିସାବ ମେ ୩୦ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଜଉମୁଦ ଲଫାପାରେ ଦେବାକୁ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories