www.samajalive.in
Wednesday, December 10, 2025
14.1 C
Bhubaneswar

ଜାଣନ୍ତୁ, ଗର୍ଭବତୀ ମହିଳା ଘିଅ ଖାଇବା ଉଚିତ୍ କି ନୁହେଁ

ଘିଅରେ ଓମେଗା ୯ ଫ୍ୟାଟି ଏସିଡ, ଓମେଗା ୩ ଫ୍ୟାଟି ଏସିଡ, ଭିଟାମିନ, ମିନେରାଲ୍ସ, ଆଣ୍ଟି-ଅକ୍ସିଡାଣ୍ଟ ଇତ୍ୟାଦି ରହିଛି। ଏହା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ଅଟେ। ଏହାସହ ଘିଅ ଶରୀରର ଅନେକ ଆବଶ୍ୟକ ତତ୍ତ୍ବକୁ ପୂରଣ କରିଥାଏ।

ଗର୍ଭାବସ୍ଥା ସମୟରେ ଘିଅକୁ ସୀମିତ ମାତ୍ରାରେ ଖାଇବା ଉଚିତ। ଏହି ସମୟରେ ଆବଶ୍ୟକତା ଠାରୁ ଅଧିକ ଘିଅ ଖାଇବା ଦ୍ବାରା ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପଡିଥାଏ। ମହିଳାମାନେ ମୋଟା ହେବାର ସମ୍ଭାବନା ବୃଦ୍ଧି ପାଇଥାଏ। ଏହାଦ୍ବାରା ଶିଶୁ ଜନ୍ମ ବେଳେ କ୍ଷତି ପହଞ୍ଚି ଥାଏ। ଗର୍ଭବତୀ ମହିଳାମାନେ ଗର୍ଭାବସ୍ଥା ସମୟରେ କମ୍‌ ଶାରୀରିକ କାର୍ଯ୍ୟ କରିଥାଆନ୍ତି ଯାହାଦ୍ବାରା ସେମାନଙ୍କ ଓଜନ ନିୟନ୍ତ୍ରିତ ହେବାର ସମ୍ଭାବନା କମ୍‌ ହୋଇଥାଏ। ତେଣୁ ଗର୍ଭାବସ୍ଥା ବେଳେ କମ୍‌ ପରିମାଣର ଘିଅ ଖାଇବା ଉଚିତ୍।

- Advertisement -

କିନ୍ତୁ ଗର୍ଭବତୀ ମହିଳାମାନେ ଘିଅ ଖାଇବା ଦ୍ବାରା ଶିଶୁର ଶାରୀରିକ ବିକାଶ ଠିକ ଭାବେ ହୋଇଥାଏ। ଏହାସହ ଶିଶୁ ସୁସ୍ଥ ରହିଥାଏ। ତେଣୁ ଗର୍ଭାବସ୍ଥା ବେଳେ ମହିଳାମାନେ ଦିନକୁ ୫୦ଗ୍ରାମ୍‌ ଘିଅ ଖାଇବା ଉଚିତ। ଏହାଠାରୁ ଅଧିକ ଘିଅ ଖାଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଅଟେ।

ଘିଅ ଖାଇବାର ଲାଭ :

ପେଟର ସମସ୍ୟା ଯଥା – କୋଷ୍ଠକାଠିନ୍ୟ, ଏସିଡିଟିରୁ ମୁକ୍ତି ମିଳିଥାଏ।

ମାନସିକ ସ୍ବାସ୍ଥ୍ୟାବସ୍ଥା ମଜଭୁତ ରହିଥାଏ।

ପାଚନ ଶକ୍ତି ବୃଦ୍ଧି ପାଇଥାଏ।

ପିଲାଙ୍କର ମାନସିକ ଓ ଶାରୀରିକ ବୃଦ୍ଧି ହୋଇଥାଏ।

ଏକାଗ୍ରତା ବୃଦ୍ଧି ପାଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories