www.samajalive.in
Monday, December 8, 2025
24.1 C
Bhubaneswar

କଂଗ୍ରେସର ‘ନ୍ୟାୟ’କୁ ମାଗଣା ଟଙ୍କା ବଣ୍ଟା ଯୋଜନା କହିଲେ ସହଯୋଗୀ ଦଳ

ନୂଆଦିଲ୍ଲୀ : କଂଗ୍ରେସର ସହଯୋଗୀ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) କଂଗ୍ରେସର ପ୍ରସ୍ତାବିତ ନ୍ୟୁନତମ ଆୟ ନିଶ୍ଚିତ ଯୋଜନା (ନ୍ୟାୟ)କୁ ନେଇ ପ୍ରଶ୍ନ ଉଠାଇଛି। ଆରଜେଡିର ଜାତୀୟ ଉପସଭାପତି ରଂଘୁବଂଶ ପ୍ରସାଦ କଂଗ୍ରେସର ‘ନ୍ୟାୟ’କୁ ମାଗଣା ଟଙ୍କା ବଣ୍ଟା ଯୋଜନା ବୋଲି କହିଛନ୍ତି। ପ୍ରକାଶ ଯେ କଂଗ୍ରେସ ଏବଂ ଆରଜେଡି ବିହାରରେ ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି।
ବୈଶାଳୀ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ରଘୁବଂଶ ପ୍ରସାଦ କହିଛନ୍ତି ଯେ ‘ନ୍ୟାୟ’ ଯୋଜନା ଏବଂ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ନିଶ୍ଚିତ ରୋଜଗାର ଅଧିନିୟମ (ମନରେଗା) ମଧ୍ୟରେ ଭିନ୍ନତା ରହିଛି। ମନରେଗା ଲାଗୁ ସମୟରେ ସେ ୟୁପିଏ ସରକାରରେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଥିଲେ। ମନରେଗା ଲୋକଙ୍କୁ କାମ କରିବା ଶିଖାଉଥିଲା। କାମ କଲେ ଟଙ୍କା ମିଳୁଥିଲା । ଏବେ ‘ନ୍ୟାୟ’ରେ ଲୋକଙ୍କୁ ବିନା ପରିଶ୍ରମରେ ମାଗଣା ଟଙ୍କା ବଣ୍ଟାଯିବାର ପ୍ରସ୍ତାବ ରହିଛି। ତେବେ ମାଗଣା ଟଙ୍କା ବାଣ୍ଟିବା କୌଣସି ବି ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି।
ପ୍ରକାଶ ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ କ୍ଷମତାକୁ ଆସିଲେ ପ୍ରତି ଗରିବ ପରିବାରକୁ ନ୍ୟୁନତମ ଆୟ ହିସାବରେ ପ୍ରତି ବର୍ଷ ୭୨ ହଜାର ଟଙ୍କା ପ୍ରଦାନ କରାଯିବ। ଅର୍ଥାତ ପ୍ରତି ଗରିବ ପରିବାରକୁ ପ୍ରତି ମାସ ୬ ହଜାର ଟଙ୍କା ମିଳିବ। ଏହାଦ୍ୱାରା ୨୫ କୋଟି ଲୋକଙ୍କୁ ଫାଇଦା ମିଳିବ ବୋଲି କଂଗ୍ରେସ ଦାବି କରିଛି। ରାହୁଲ ଗାନ୍ଧୀ ଏହାକୁ ଗରିବୀ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‍ ବୋଲି କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories