www.samajalive.in
Thursday, December 11, 2025
26.1 C
Bhubaneswar

ତେଜ ବାହାଦୁରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ବାରଣାସୀରୁ ଲଢିପାରିବେନି ନିର୍ବାଚନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାରାଣାସୀ ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିଥିବା ବିଏସଏଫରୁ ବହିଷ୍କୃତ ଯବାନ ତେଜ ବାହାଦୁରଙ୍କୁ ଗୁରୁବାର ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଏହାସହ ବାରଣାସୀରୁ ନିର୍ବାଚନ ଲଢିବା ନେଇ ତାଙ୍କ ସ୍ୱପ୍ନ ମାଟିରେ ମିଶିଯାଇଛି।
ଆବଶ୍ୟକ କାଗଜପତ୍ର ଦାଖଲ କରିନଥିବାରୁ ନିର୍ବାଚନ ଆୟୋଗ ତେଜ ବାହାଦୁରଙ୍କ ନାମାଙ୍କନପତ୍ର ଖାରଜ କରିଦେଇଛନ୍ତି। ଆୟୋଗଙ୍କ ଏହି ନିର୍ଦେଶ ବିରୋଧରେ ତେଜ ବାହାଦୁର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେଜ ବାହାଦୁରଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟରେ ଯୁକ୍ତି ବାଢିଥିଲେ ଯେ ଯାହା ଦେଖାଯାଉଛି ମାମଲା ତାହାଠାରୁ ଅଧିକ ଗମ୍ଭୀର। ଖାଦ୍ୟର ଗୁଣାବତ୍ତା ନେଇ ପ୍ରଶ୍ନ କରିବାରୁ ତେଜ ବାହାଦୁରଙ୍କୁ ନିର୍ଯାତନା ଦିଆଯାଇଥିଲା। ତାଙ୍କ ଉପରେ ସେମାନେ ଅସନ୍ତୁଷ୍ଟ ଅଛନ୍ତି । ତେଣୁ ସେ ବିଏସ୍ଏଫରୁ ଏନଓସି ଆଣିପାରି ନାହାନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗୋଇ କହିଥିଲେ ଯେ ଏହି ଯୁକ୍ତି ଓ ଆବେଦନର କୌଣସି ଦମ ନାହିଁ। ସୁପ୍ରିମକୋର୍ଟ ଗୋଟିଏ ସୀମା ପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିପାରିବ ନାହିଁ।

ପ୍ରକାଶ ଯେ ୨୦୧୬ରେ ବିଏସଏଫର ଖାଦ୍ୟ ଗୁଣାବତ୍ତା ନେଇ ତେଜ ବାହାଦୁର ଏକ ଭିଡ଼ିଓ କରିଥିଲେ। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ତେଜ ବାହାଦୁରଙ୍କ ଅଭିଯୋଗ ଉପରେ ତଦନ୍ତ ହୋଇଥିଲା ଓ ତାହା ମିଥ୍ୟା ଥିବା ଜଣାପଡିଥିଲା। ଏହାପରେ ତାଙ୍କୁ ବିଏସଏଫରୁ ବହିଷ୍କାର କରାଯାଇଥିଲା। ସେବେଠାରୁ ସେ ସରକାରଙ୍କ ବିରୋଧରେ ବିଷୋଦଗାର କରି ଚାଲିଛନ୍ତି।
ତେଜ ବାହାଦୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାରଣାସୀ ଲୋକସଭା ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ ସେ ଅପ୍ରେଲ ୨୪ରେ ନାମାଙ୍କନ ଦାଖଲ କରିଥିଲେ । ପରେ ତାଙ୍କୁ ସମାଜବାଦୀ ପାର୍ଟି (ଏସ୍‍ପି) ଟିକେଟ୍‍ ପ୍ରଦାନ କରିଥିଲା। ଫଳରେ ସେ ପୁଣିଥରେ ଅପ୍ରେଲ ୨୯ରେ ନାମାଙ୍କନ ଦାଖଲ କରିଥିଲେ । ସ୍ବାଧୀନ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କଲା ବେଳେ ତାଙ୍କୁ ବିଏସ୍ଏଫରୁ ବହିଷ୍କାର କରାଯାଇଥିବା​‌ ସେ ସତ୍ୟପାଠରେ ଦର୍ଶାଇଥିଲେ। ମାତ୍ର ଏସପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ ବେଳେ ସେ ଏହା ଉଲ୍ଲେଖ କରିନଥିଲେ। ଏହାକୁ ନଇ ନିର୍ବାଚନ ଆୟୋଗ ତାଙ୍କୁ ବିଏସଏଫରୁ ଏନ୍ଓସି ଆଣି ଜମା କରିବାକୁ କହିଥିଲା। ଏଥିରେ ତାଙ୍କୁ ବିଏସ୍ଏଫରୁ ବହିଷ୍କାରର କାରଣ ଦର୍ଶାଇବାର ଥିଲା । ହେଲେ ସେ ଏହି କାଗଜପତ୍ର ଜମା କରିନଥିଲେ । ଫଳରେ ରିଟର୍ଣ୍ଣି ଅଫିସର ତାଙ୍କ ନାମାଙ୍କନକୁ ରଦ୍ଦ କରିଦେଇଛନ୍ତି।

Hot this week

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

Related Articles

Popular Categories