www.samajalive.in
Thursday, December 11, 2025
26.1 C
Bhubaneswar

ଆଇପିଏଲ୍‌-୨୦୧୯ : କ୍ବାଲିଫାୟର-୨ରେ ଦିଲ୍ଲୀ କ୍ୟାପିଟାଲ୍‌ସ

ବିଶାଖାପାଟଣା : ଦିଲ୍ଲୀ କ୍ୟାପିଟାଲ୍‌ସ ଚଳିତ ଆଇପିଏଲ୍‌ର କ୍ବାଲିଫାୟର-୨ ରେ ପ୍ରବେଶ କରିଛି। ବୁଧବାର ଏଲିମିନେଟର ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦରାବାଦକୁ ୨ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍‌ସ ପରାସ୍ତ କରିଛି। ଉପର ଅର୍ଡର ବ୍ୟାଟ୍‌ସମ୍ୟାନଙ୍କ ଉପଯୋଗୀ ଯୋଗଦାନ ବଳରେ ସନ୍‌ରାଇଜର୍ସ ପ୍ରଥମେ ବ୍ୟାଟିଂକରି ୮ ୱିକେଟରେ ୧୬୨ ରନ୍ କରିଥିଲା। ପରେ ପୃଥ୍ବୀ ସ’ଙ୍କ ଅର୍ଦ୍ଧଶତକ ଓ ଋଷଭ ପନ୍ତ୍‌ଙ୍କ ବିସ୍ଫୋରକ ଇନିଂସ ବଳରେ ଗୋଟିଏ ବଲ୍‌ ବାକିଥାଇ ୮ ୱିକେଟ ହରାଇ ଦିଲ୍ଲୀ ଜିତିଥିଲା। ପରାଜୟ ଯୋଗୁଁ ସନ୍‌ରାଇଜର୍ସ ବିଦାୟ ନେଇଛି। ଶୁକ୍ରବାର ଚେନ୍ନଇ ସୁପର କିଙ୍ଗ୍‌ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍‌ସ କ୍ବାଲିଫାୟର-୨ ମ୍ୟାଚ୍ ଖେଳିବ।
ଦୃଢ଼ତାର ସହ ଦିଲ୍ଲୀ କ୍ୟାପିଟାଲ୍‌ସ ୧୬୩ ରନ୍‌ର ପିଛା ଆରମ୍ଭ କରିଥିଲା। ଦୁଇ ଓପ୍‌ନର ଶିଖର ଧାୱନ୍ ଓ ପୃଥ୍ବୀ ସ’ ୬ ଓଭରର ପାୱରପ୍ଲେରେ ନିୟମିତ ଭାବେ ଷ୍ଟ୍ରୋକ୍‌ ଖେଳି ୫୫ ରନ୍ କରିଥିଲେ। ୮ମ ଓଭର ପର୍ଯ୍ୟନ୍ତ ଓପ୍‌ନିଂ ଯୋଡ଼ି କ୍ରିଜ୍‌ରେ ରହିଥିଲେ ଏବଂ ୬୬ ରନ୍‌ର ଭାଗିଦାରୀ କରିଥିଲେ। ୧୬ ବଲ୍‌ରୁ ୩ଟି ଚୌକା ସହ ୧୭ ରନ୍‌କରି ଶିଖର ଧାୱନ ଆଉଟ ହୋଇଥିଲେ। ତେବେ ଅନ୍ୟପଟେ ୧୯ ବର୍ଷ ବୟସ୍କ ପୃଥ୍ବୀ ସ’ ଚମତ୍କାର ବ୍ୟାଟିଂ କରିଥିଲେ। ଏହାସହ ଦିଲ୍ଲୀ ଅଳ୍ପ ବ୍ୟବଧାନରେ ୫ଟି ୱିକେଟ ହରାଇ ଚିନ୍ତାରେ ପଡ଼ି ଯାଇଥିଲା। ଅଧିନାୟକ ଶେୟାସ ଆୟର ୮ ରନ୍‌କରି ବିଦାୟ ନେଇଥିଲେ। ୧୧ ଓଭରରେ ସ୍କୋର୍ ୮୭ ରନ୍ ଥିବା ବେଳେ ପୃଥ୍ବୀ ସ’ ଆଉଟ ହୋଇ ଯାଇଥିଲେ। ପୃଥ୍ବୀ ୩୮ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୫୬ ରନ୍‌ କରିଥିଲେ। କଲିନ୍ ମନ୍‌ରୋ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ଏବଂ ଅକ୍ଷର ପଟେଲ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ଋଷଭ ପନ୍ତ୍ ଓ ସେର୍ଫାନେ ରଦରଫୋର୍ଡ କ୍ରିଜ୍‌ରେ ଥିବା ବେଳେ ଦିଲ୍ଲୀ ୨୦ ବଲ୍‌ରୁ ୪୦ ରନ୍ ଆବଶ୍ୟକ କରୁଥିଲା। ବାସିଲ ଥାମ୍ପି ବୋଲିଂ କରିଥିବା ୧୮ଶ ଓଭରରୁ ୨୨ ରନ୍ ହୋଇଥିଲା। ରଦରଫୋର୍ଡ ୯ ରନ୍‌ କରିଥିଲେ। ଋଷଭ ପନ୍ତ୍ ୨୧ ବଲ୍‌ରୁ ୫ଟି ଛକା ଓ ୨ଟି ଚୌକା ସହ ୪୯ ରନ୍‌କରି ଆଉଟ ହୋଇଥିଲେ। ଶେଷ ଓଭରରେ ଅମିତ ମିଶ୍ର ଅବ୍‌ଷ୍ଟ୍ରକ୍ଟେଡ୍ ଦି ଫିଲ୍‌ଡ ଆଉଟ ହୋଇଥିଲେ। କିମୋ ପଲ୍‌ ଚୌକାମାରି ଦିଲ୍ଲୀକୁ ଜିତାଇଥିଲେ। ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ ଓ ରସିଦ୍ ଖାଁ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଋଷଭ ପନ୍ତ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଦିଲ୍ଲୀ କ୍ୟାପିଟାଲ୍‌ସ ଟସ୍ ଜିତି ଫିଲ୍‌ଡିଂ ନେଇଥିଲା। ସନ୍‌ରାଇଜର୍ସ ହାଇଦରାବାଦ ୩ ଓଭରରେ ୩୧ ରନ୍ କରିବା ପରେ ଋଦ୍ଧିମାନ ଶାହା ମାତ୍ର ୮ ରନ୍‌କରି ଆଉଟ ହୋଇ ଯାଇଥିଲେ। ତେବେ ୨ୟ ୱିକେଟ ପାଇଁ ମାର୍ଟିନ୍ ଗପ୍‌ଟିଲ ଓ ଫର୍ମରେ ଥିବା ମନୀଷ ପାଣ୍ଡେ ସ୍କୋର୍‌କୁ ଆଗେଇ ନେଇଥିଲେ। ନ୍ୟୁଜିଲାଣ୍ଡର ମାର୍ଟିନ୍ ଗପ୍‌ଟିଲ ବିସ୍ଫୋରକ ବ୍ୟାଟିଂକରି ୧୯ ବଲ୍‌ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୩୬ ରନ୍‌କରି ବିଦାୟ ନେଇଥିଲେ। ପରେ ପାଣ୍ଡେ ଓ ଅଧିନାୟକ କେନ୍ ୱିଲିୟମ୍‌ସନ ୩ୟ ୱିକେଟ ପାଇଁ ୭ ଓଭରରେ ୪୪ ରନ୍ ଯୋଗ କରିଥିଲେ। ପାଣ୍ଡେ ଧିମା ବ୍ୟାଟିଂକରି ୩୬ ବଲ୍‌ରୁ ୩ଟି ଚୌକା ସହ ୩୦ ରନ୍ କରିଥିଲେ। କେନ୍ ୱିଲିୟମ୍‌ସନ ୨୭ ବଲ୍‌ରୁ ୨ଟି ଚୌକା ସହ ୨୮ ରନ୍ କରିଥିଲେ। ୫ ୱିକେଟ ଭାଗିଦାରୀରେ ସନ୍‌ରାଇଜର୍ସ ୩୭ ରନ୍ ଯୋଡ଼ିଥିଲା। ଶଙ୍କର ବିସ୍ଫୋରକ ବ୍ୟାଟିଂକରି ୧୧ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୫ ରନ୍ କରିଥିଲେ। ମହମ୍ମଦ ନବି ୧୩ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୦ ରନ୍ କରିଥିଲେ। ସନ୍‌ରାଇଜର୍ସ ଶେଷଆଡ଼କୁ ଜଲ୍‌ଦି ୪ଟି ୱିକେଟ ହରାଇଥିଲା। ପେସ୍ ବୋଲର କିମୋ ପଲ୍‌ ୩ଟି ଓ ଈଶାନ୍ତ ଶର୍ମା ୨ଟି ୱିକେଟ ପାଇଥିଲେ।

Hot this week

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

Related Articles

Popular Categories