www.samajalive.in
Saturday, December 13, 2025
26.1 C
Bhubaneswar

ଲାହୋରରେ ବିସ୍ଫୋରଣ – ୯ମୃତ, ଅନେକ ଆହତ

ଲାହୋର: ପାକିସ୍ତାନର ସବୁଠାରୁ ବଡ଼ ସହର ଲାହୋରରେ ରମଜାନ ପର୍ବ ପାଳନ ଆରମ୍ଭ ଅବସରରେ ବୁଧବାର ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି ଯେଉଁଥିରେ ୫ ଜଣ ପୁଲିସ କର୍ମଚାରୀଙ୍କ ସମେତ ୯ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦରବାର ଧାର୍ମିକ ସ୍ଥଳ ବାହାରେ ଏହି ବିସ୍ଫୋରଣ ଘଟିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବ ସୀମାରେ ଥିବା ଦାତା ଦରବାରର ଦୁଇ ନମ୍ବର ଗେଟ ନିକଟରେ ପୁଲିସ ଗାଡି ଉପରେ ଆକ୍ରମଣ କରାଯାଇଥିଲା ଯେଉଁଥିରେ ୩ଜଣ ପୁଲିସ କର୍ମୀଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ସୁରକ୍ଷା ଗାର୍ଡ ଅଛନ୍ତି ଓ ଅନ୍ୟ ୨୪ଜଣ ଆହତଙ୍କ ଚିକିତ୍ସା ଚାଲିଛି।

ଏହା ଆତ୍ମଘାତୀ ଆକ୍ରମଣ ଥିଲା କି ନାହିଁ ତାହା କହିବା ଏବେ ସମ୍ଭବ ନୁହେଁ ବୋଲି ଜଣେ ଅଧିକାରୀ କହିଛନ୍ତି ଏବଂ କେଉଁ ପ୍ରକାର ବିସ୍ଫୋରଣ ହୋଇଥିଲା ତାହା ମଧ୍ୟ ଜଣା ପଡ଼ିନାହିଁ। ପୁଲିସ ଘଟଣାସ୍ଥଳରେ ଖାନତଲାସୀ ଆରମ୍ଭ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଅଧିକାରୀଙ୍କ ଠାରୁ ରିପୋର୍ଟ ମାଗିଥିବା ଜଣା ପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories