www.samajalive.in
Sunday, December 14, 2025
23.1 C
Bhubaneswar

ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ୩ ଘଣ୍ଟା ଗଣବଳାତ୍କାର

ଜୟପୁର : ରାଜସ୍ଥାନର ଅଲୱରଠାରେ ଘଟିଥିବା ଏକ ଗଣବଳାତ୍କାର ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଅଲୱରର ଥାନାଗାଜି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଆଗରେ ୩ ଘଣ୍ଟା ପର୍ଯ୍ୟନ୍ତ ଗଣବଳାତ୍କାର କରାଯାଇଛି। ବଳାତ୍କାରୀମାନେ ପୁରା ଘଟଣାର ଭିଡ଼ିଓ ଉତ୍ତୋଳନ କରିଛନ୍ତି।
ସୂଚନା ଅନୁସାରେ ମହିଳା ଜଣକ ଅପ୍ରେଲ ୨୬ ଦିନ ୩ଟା ବେଳେ ନିଜ ସ୍ୱାମୀ ସହ ବାଇକ୍‍ ଯୋଗେ ବଜାରକୁ କିଛି କିଣିବାକୁ ଯାଉଥିଲେ। ଥାନାଗାଜି-ଅଲୱର ବାଇପାସ ଡବଲ ଲେନ୍‍ ରାସ୍ତାର କିଛି ଦୂରରେ ତାଙ୍କୁ ୫ ଜଣ ଯୁବକ ଅଟକାଇଥିଲେ। ସମସ୍ତ ଯୁବକଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବେ। ସେମାନେ ବଳପୂର୍ବକ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ନିକଟ ଏକ ବାଲି ଗଦା ନିକଟକୁ ଟେକି ନେଇଥିଲେ। ସେଠାରେ ସେମାନେ ମହିଳାଙ୍କ ସ୍ୱାମୀକୁ ପ୍ରବଳ ମାଡ଼ ମାରି ବାନ୍ଧି ଦେଇଥିଲେ। ସ୍ୱାମୀ ଆଗରେ ଯୁବକମାନେ ମହିଳାଙ୍କୁ ଗଣବଳାତ୍କାର କରିଥିଲେ ଓ ତାର ଭିଡ଼ିଓ ଉତ୍ତୋଳନ କରିଥିଲେ। ଏହି ଭିଡ଼ିଓକୁ ଦେଖାଇ ବଳାତ୍କାରୀମାନେ ମହିଳା ଓ ତାଙ୍କ ସ୍ୱାମୀକୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ। ପୁଲିସ୍‍ କହିବା ଅନୁସାରେ ସମସ୍ତ ଅଭିଯୁକ୍ତ ଟ୍ରକ ଡ୍ରାଇଭର କିମ୍ବା ହେଲପର ବୋଲି ଜାଣିବାକୁ ମିଳିଛି।
ମହିଳା ଜଣକ କହିଛନ୍ତି ଯେ ୫ ଜଣ ତାଙ୍କୁ ବାରମ୍ବାର ୩ ଘଣ୍ଟା ପର୍ଯ୍ୟନ୍ତ ବଳାତ୍କାର କରିଥିଲେ। ସେ ଯେତେ ବିରୋଧ କରୁଥିଲେ ତାଙ୍କୁ ସେତେ ନିର୍ଯାତନା ଦେଇଥିଲେ। ଘଟଣା ପରେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ କଲ୍‍ କରି ଭିଡ଼ିଓ ପ୍ରଘଟ କରିବାକୁ ଧମକ ଦେବା ସହ ଟଙ୍କା ମାଗିଥିଲେ।
ଘଟଣାରେ ପୁଲିସ୍‍ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ୍‍ କେତେକ ଦଳ ଗଠନ କରି ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଗିରଫ ଅଭିଯୁକ୍ତ ଜଣକ ଏକ ଟ୍ରକ୍‍ ଡ୍ରାଇଭର ଓ ତା ନାମ ଇନ୍ଦ୍ରଜିତ ଗୁର୍ଜର (୨୨) ବୋଲି ଚିହ୍ନଟ କରାଯାଇଛି। ସେହିପରି ଗଣବଳାତ୍କାରର ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ମୁକେଶ ଗୁର୍ଜର (୨୦) ନାମକ ଯୁବକକୁ ଗିରଫ କରାଯାଇଛି।
ଏହି ଘଟଣାରେ ୫ ପୁଲିସ୍‍ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୋଗ ହୋଇଛି ଯେ ଥାନାଗାଜି ଥାନାରେ ମଇ ୨ରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ନିର୍ବାଚନ ପାଇଁ ଘଟଣାକୁ ଚପାଇ ଦିଆଯାଇଥିଲା। ଥାନାଗାଜି ଥାନା ଅଧିକାରୀ ସର୍ଦାର ସିଂହଙ୍କୁ ନିଲମ୍ବନ କରାଯାଇଛି। ଏଏସ୍‍ଆଇ ରୁପନାରାୟଣ, ହାବିଲଦାର ରାମ ରତନ, ମହେଶ କୁମାର ଏବଂ ରାଜେନ୍ଦ୍ରଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି। ଅଲୱର ଏସ୍‍ପି ରାଜୀବ ପଞ୍ଚାରଙ୍କୁ ମଧ୍ୟ ବଦଳି କରିଦିଆଯାଇଛି। ଡିଜିପି କପିଲ ଗର୍ଗ ଜୟପୁର ପୁଲିସ୍‍ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି। ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories