www.samajalive.in
Sunday, December 14, 2025
23.1 C
Bhubaneswar

ଡ. ପବନ କୁମାର ଅଗ୍ରୱାଲ ହେବେ ଓୟୁଏଟି କୁଳପତି !

ଭୁବନେଶ୍ୱର: ନୂଆଦିଲ୍ଲୀ ଜାତୀୟ କୃଷି ବିଜ୍ଞାନ କୋଷର ସହକାରୀ ଉପ-ମହାନିର୍ଦ୍ଦେଶକ ଡ଼. ପବନ କୁମାର ଅଗ୍ରୱାଲ ଓଡିଶା କୃଷି ଓ ବୈଷିକ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେବା ଚୂଡାନ୍ତ ହୋଇଛି। ଏ ସମ୍ପର୍କରେ ରାଜଭବନରୁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। କଳାହାଣ୍ଡି ଜିଲ୍ଲାର ଜୁନାଗଡରେ ୧୯୬୪ରେ ଜନ୍ମ ଗ୍ରହଣ କରିଥିବା ଡ. ଅଗ୍ରୱାଲ ଓୟୁଏଟିରୁ କୃଷି ବିଜ୍ଞାନରେ ସ୍ନାତ୍ତକ ଡିଗ୍ରୀ ହାସଲ କରିବା ପରେ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଏବଂ ପି.ଏଚଡି ଡିଗ୍ରୀ ସହ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତ୍ତକ ଡିଗ୍ରୀ ହାସଲ କରିଛନ୍ତି।

ଜାତୀୟ କୃଷି ଗବେଷଣା ପରିଚାଳନା ପ୍ରତିଷ୍ଠାନ, ହାଇଦ୍ରାବାଦରୁ ବୈଜ୍ଞାନିକ ଭାବେ ଡ. ଅଗ୍ରୱାଲ ନିଜ କର୍ମମୟ ଜୀବନ ଆରମ୍ଭ କରି ଜାତୀୟ କୃଷି ବିଜ୍ଞାନ କୋଷ, ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଭଳି ଲବ୍ଧ ପ୍ରତିଷ୍ଠିତ ଅନୁଷ୍ଠାନଗୁଡିକରେ ସଫଳତାର ସହ କାର୍ଯ୍ୟ କରିଛନ୍ତି।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories