www.samajalive.in
Saturday, December 13, 2025
26.1 C
Bhubaneswar

କୋର୍ଟ ସମ୍ମୁଖରୁ ବିଚାରଧିନ କଏଦୀ ଚମ୍ପଟ

କେନ୍ଦୁଝର: କେନ୍ଦୁଝର କୋର୍ଟ ସମ୍ମୁଖରୁ ଜଣେ ବିଚାରଧିନ କଏଦୀ ବୁଧବାର ଦିନ ଚମ୍ପଟ ମାରିଥିବା ଜଣାପଡିଛି। ବିଚାରଧିନ କଏଦୀଙ୍କ ନାମ ରାଜ କ୍ରିଷ୍ଣା ଲୋହାର। ୨୦୧୮ ମସିହାରେ ସେ ଏକ ବଳାତ୍କାର ମାମଲାରେ ଗିରଫ ହୋଇ ବିଚାରଧିନ କଏଦୀ ଭାବେ କେନ୍ଦୁଝର ଜେଲରେ ଥିଲେ। ତାଙ୍କ ଘର ସହର ଉପକଣ୍ଠ ଗମ୍ବାରିଆ ଗ୍ରାମରେ ବୋଲି ଜଣାପଡିଛି। ବୁଧବାର ଏଡିଜେ କୋର୍ଟରେ ଶୁଣାଣୀ ତାରିଖ ଥିବାରୁ କୋର୍ଟରୁ ବାହାରିବା ପରେ ଦିନ ପ୍ରାୟ ୧୧ଟା ସମୟରେ ଜେଲକୁ ଆସିବା ପାଇଁ ପୋଲିସ ଭ୍ୟାନକୁ ଆସୁଥିବାବେଳେ କୋର୍ଟ ସମ୍ମୁଖରୁ ହଠାତ୍‍ ଦୌଡି ପଳାଇଥିଲେ। ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କଏଦୀର ପତ୍ତା ମିଳିନାହିଁ। ଏ ସଂପର୍କରେ ଟାଉନ ଥାନାରେ ଏତଲା ମଧ୍ୟ ହୋଇଛି। ପୋଲିସ ଅବହେଳାରୁ କଏଦୀ ଚମ୍ପଟ ମାରିଥିବାବେଳେ ଦାୟିତ୍ୱରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories