www.samajalive.in
Sunday, December 14, 2025
14.1 C
Bhubaneswar

ଗଢ଼ଚିରୌଲୀରେ ମାଓବାଦୀ ଆକ୍ରମଣ: ୧୬ ଯବାନ ଶହୀଦ

ମହାରାଷ୍ଟ୍ର: ମହାରାଷ୍ଟ୍ର ଗଢ଼ଚିରୌଲୀର କୁରଖେଡ଼ାରେ ବୁଧବାର ସୁରକ୍ଷା କର୍ମୀଙ୍କ ଗାଡି ଉପରେ ମାଓବାଦୀଙ୍କ ଆକ୍ରମଣ ଫଳରେ ୧୫ ଜଣ ଯବାନ ଶହୀଦ ହୋଇଥିବା ବେଳେ ଗୁରୁତର ଆହତ ଆଉ ଜଣେ ଯବାନ ଶହୀଦ ହୋଇଛନ୍ତି। ଗଢ଼ଚିରୌଲୀର ଘନ ଜଙ୍ଗଲ ମଧ୍ୟରେ କ୍ୱିକ ରେଶପନ୍ସ ଟିମର କମାଣ୍ଡୋମାନଙ୍କୁ ଲକ୍ଷ କରି ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଛନ୍ତି। ବୁଧବାର (ମେ ୧) ମହାରାଷ୍ଟ୍ର ଦିବସ ପାଳନ ଅବସରରେ ସକାଳେ ମାଓବାଦୀମାନେ କୁରଖେଡ଼ା ତହସିଲ ଅନ୍ତର୍ଗତ ଦାଦାପୁରା ଗାଁରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେଉଥିବା ପ୍ରାୟ ୩୬ଟି ଗାଡି ପୋଡି ଦେଇଥିଲେ। ସେମାନଙ୍କ ପିଛା କରି କ୍ୱିକ ରେଶପନ୍ସ ଟିମର କମାଣ୍ଡୋମାନେ ଜମ୍ବୁଲଖେଡ଼ା ଗାଁ ପାଖରେ ଥିବା ଏକ ପୋଲ ନିକଟରେ ପହଞ୍ଚିବା ପରେ ମାଓବାଦୀମାନେ ପୂର୍ବରୁ ଖଞ୍ଜିଥିବା ଆଇଇଡ଼ି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କମାଣ୍ଡୋମାନେ ଯାଉଥିବା ଗାଡିଟି ସମ୍ପୂର୍ଣ ଭାଙ୍ଗିରୁଜି ଯାଇଥିଲା। ମିଳିଥିବା

ସୂଚନା ଅନୁଯାୟୀ ଏବେ ଘଟଣାସ୍ଥଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଲୋକସଭା ନିର୍ବାଚନର ପ୍ରଥମ ୪ଟି ପର୍ଯ୍ୟାୟରେ ମହାରାଷ୍ଟ୍ରରେ ଶାନ୍ତିପୂର୍ଣ ନିର୍ବାଚନ ହେବ ନେଇ ମାଓବାଦୀଙ୍କ ଚିନ୍ତା ବଢି ଯାଇଥିବାରୁ, ସେମାନେ ଏଭଳି ବିସ୍ଫୋରଣ ଘଟାଇ ନିଜର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଥିବା କୁହାଯାଇଛି।

- Advertisement -

ସୂଚନା ଯୋଗ୍ୟ ଯେ ମାଓବାଦୀଙ୍କ ଲଗାତାର ଆକ୍ରମଣକୁ ଦୃଷ୍ଟିରେ ରଖି ୧୯୯୨ରେ ଗଢ଼ଚିରୌଲୀର ପୂର୍ବତନ ଏସ.ପି କେ. ପି. ରଘୁବଂଶୀ ସି-୬୦ ସୁରକ୍ଷା ବଳ ୟୁନିଟ ସ୍ଥାପନ କରିଥିଲେ। ସି-୬୦ ଯବାନମାନଙ୍କୁ ହାଇଦ୍ରାବାଦ, ବିହାର ଓ ନାଗପୁରରେ ପ୍ରଶିକ୍ଷଣ ଦିଆଯାଇଥାଏ।

Hot this week

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

Related Articles

Popular Categories