www.samajalive.in
Friday, December 12, 2025
23.1 C
Bhubaneswar

ଟିକ୍ ଟକ୍ ଆପରୁ ହଟିଲା ପ୍ରତିବନ୍ଧକ

ଚେନ୍ନାଇ : ଭାରତର ଲୋକପ୍ରିୟ ଭିଡିଓ ଆପ୍ ଟିକ୍ ଟକ୍ ଉପରେ ଲାଗିଥିବା ପ୍ରତିବନ୍ଧକ ମାଡ୍ରାସ୍‌ ହାଇକୋର୍ଟ ହଟାଇ ଦେଇଛନ୍ତି। ଗତ ଏପ୍ରିଲ ୪ରେ ମାଡ୍ରାସ୍‌ ହାଇକୋର୍ଟର ମଦୁରାଇ ବେଞ୍ଚ ଏହି ଆପ ଉପରେ ପ୍ରତିବନ୍ଧକ ଜାରି କରିଥିଲେ। ପ୍ରାୟ ୧ ସପ୍ତାହ ପରେ ଗୁଗୁଲ ପ୍ଲ-ଷ୍ଟୋର ଏବଂ ଆପ୍ ଷ୍ଟୋରକୁ ଏହି ଆପ ପୁଣି ଫେରିଆସିଛି। ଗତ ବୁଧବାର ମାଡ୍ରାସ୍‌ ହାଇକୋର୍ଟ ଏହି ମାମଲା ସମ୍ପର୍କିତ ଟିକ୍ ଟକ୍ ର ସତ୍ୟପାଠ ଗ୍ରହଣ କରିଥିଲେ। ପରେ ଏହି ଆପ୍ ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି। ଟିକ ଟକ୍ ଆପରେ ଅଶ୍ଳୀଳ ଭିଡିଓ ଅପଲୋଡ ଏବଂ ସମାଜକୁ ଅଶ୍ଳୀଳ ବାର୍ତ୍ତା ଯାଉଥିବା ଅଭିଯୋଗ ହୋଇଥିଲା। ପରେ ଟିକ ଟକ୍ ଆପ ଉପରେ କଟକଣା ଜାରି କରିବା ପାଇଁ ମାଦ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏନେଇ କୋର୍ଟରେ ଏକ ଜନହିତକର ମାମଲା ଦାଖଲ ହେବା ପରେ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ମାଡ୍ରାସ ହାଇକୋର୍ଟ ଏହା ଉପରେ ପ୍ରତିବନ୍ଧକ ଲଗାଇବା ସହ ଭାରତ ସରକାର ଗୁଗଲ ଏବଂ ଆପଲ କମ୍ପାନୀକୁ ନିଜ ନିଜର ପ୍ଲେ ଷ୍ଟୋରରୁ ଟିକ୍‌ ଟକ୍‌ ଆପ୍‌କୁ ହଟାଇବା ପାଇଁ କହିଥିଲେ।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories