www.samajalive.in
Sunday, December 14, 2025
26.1 C
Bhubaneswar

ଚୀନ ବିକଶିତ ୧୦୦ ଆପ ଡିଲିଟ କରିବ ଗୁଗୁଲ

ସମାଜ ପୋର୍ଟାଲ ଡେସ୍କ: ବିଶ୍ୱର ସର୍ବ ବୃହତ ସର୍ଚ୍ଚ ଇଂଜିନ ଗୁଗୁଲ ଚୀନ ବିକଶିତ ୧୦୦ଟି ଆପକୁ ନିଜ ପ୍ଲାଟଫର୍ମରୁ ହଟାଇବାକୁ ନିଷ୍ପତ୍ତି ନେଇଛି। ସାଇବର ଆକ୍ରମଣ ଏବଂ ତଥ୍ୟ ଆଦାନ ପ୍ରଦାନ ନୀତି ଉଲ୍ଲଙ୍ଘନ କରୁଥିବା ଏହି ୧୦୦ଟି ଆପ ଚାଇନାର ଆଣ୍ଡ୍ରଏଡ଼ ଆପ ପ୍ରସ୍ତୁତକର୍ତ୍ତା ଡିଓ ଗ୍ଲୋବାଲ ଦ୍ୱାରା ଗୁଗୁଲ ପ୍ଲେରେ ସ୍ଥାନିତ କରାଯାଇଛି ଯାହାକୁ ଆଂଶିକ ଭାବେ ବାଇଦୁ ମଧ୍ୟ ଅଧିଗ୍ରହଣ କରିଛି।

ଇତି ମଧ୍ୟରେ ଗୁଗୁଲ, ଡିଓ ଗ୍ଲୋବାଲର ୪୬ଟି ଆପକୁ ପ୍ଲେ ଷ୍ଟୋରରୁ ହଟାଇ ସାରିଛି। ଗୁଗୁଲ ଅଧିକାରୀଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ଆପଗୁଡ଼ିକ ଠିକ ଭାବେ କାର୍ଯ୍ୟ କରୁନାହାନ୍ତି ଏବଂ ଅନ୍ୟ କେତେକ ଆପ ଅନଲାଇନରେ ଅର୍ଥ ଉପାର୍ଜନ ଭଳି ମିଥ୍ୟା ସୂଚନା ଦେଇ ଉପଭୋକ୍ତାଙ୍କ ବ୍ୟକ୍ତିଗତ ଓ ଗୋପନୀୟ ତଥ୍ୟ ହାସଲ କରୁଥିବା ଜଣାପଡିବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଡିଓ ଗ୍ଲୋବାଲ ଅନୁଯାୟୀ ତାର ଆପଗୁଡ଼ିକର ୨୫୦ ନିୟୁତ ମାସିକ ବ୍ୟବହାରକାରୀ ଅଛନ୍ତି ଓ ଗୁଗୁଲ ମାଧ୍ୟମରେ ତାହା ୮୦୦ ନିୟୁତ ଉପଭୋକ୍ତାଙ୍କ ନିକଟରେ ପହଂଚିଥାଏ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories