www.samajalive.in
Saturday, December 13, 2025
26.1 C
Bhubaneswar

ସାଂସଦଙ୍କ ମଉଜ: ୫ବର୍ଷରେ ଷ୍ଟଡି ଟୁରରେ ଖର୍ଚ୍ଚ ୧୫ କୋଟି

ନୂଆଦିଲ୍ଲୀ: ଦୁର୍ନୀତିର ଚେର କେବଳ ତଳ ସ୍ଥରରେ ନାହିଁ ବରଂ କୋଟି କୋଟି ଜନତାଙ୍କ କଲ୍ୟାଣ ପାଇଁ ନିର୍ବାଚିତ ଓ ମନୋନୀତ ଲୋକ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ଲମ୍ବିଛି। ନିୟମ ଉଲ୍ଲଙ୍ଘନ କରି ଲୋକସଭା ଓ ରାଜ୍ୟସଭାର ସଂସଦୀୟ କମିଟିଗୁଡିକ ଷ୍ଟଡି ଟୁରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି। ନିୟମ ଅନୁଯାୟୀ, ଷ୍ଟଡି ଟୁରରେ ଯାଉଥିବା ସାଂସଦମାନେ ସରକାରୀ ଭବନ କିମ୍ବା ସରକାରୀ ହୋଟେଲରେ ରହିବାକଥା କିନ୍ତୁ ସାଂସଦମାନେ ବିଳାସପୁର୍ଣ ହୋଟେଲରେ ରହିବାଠାରୁ ଆରମ୍ଭ କରି ମହଙ୍ଗା ଖାଦ୍ୟ ଓ ଗାଡ଼ିରେ ବହୁତ ଅର୍ଥ ଖର୍ଚ୍ଚ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୩ରୁ ୨୦୧୮, ୫ବର୍ଷ ମଧ୍ୟରେ ସଂସଦୀୟ କମିଟିଗୁଡିକ ୧୧୫ଟି ଷ୍ଟଡି ଟୁର ପାଇଁ ୧୫କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି। ୨୦୧୬-୧୭ରେ ଜେଡିୟୁ ସଂସଦ ସଦସ୍ୟ ରାମ ଚନ୍ଦ୍ର ପ୍ରସାଦ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟସଭାର ସଂସଦୀୟ ସମିତି ୫ଟି ଷ୍ଟଡି ଟୁରରେ ୮୩ ଲକ୍ଷରୁ ଅଧିକ ଖର୍ଚ୍ଚ କରିଥିବା ବେଳେ ୨୦୧୫ରେ ସଦସ୍ୟ ରାମ ଗୋପାଳ ଯାଦବଙ୍କ ନେତୃତ୍ୱରେ ଗଠିତ କମିଟି ମାତ୍ର ୫ଦିନର ଷ୍ଟଡି ଟୁରରେ ୨୪ଲକ୍ଷ ୮୫ହଜାର ୨୬୭ ଟଙ୍କା ଖର୍ଚ୍ଚ କରିଛନ୍ତି।

- Advertisement -

ଏହି ସମୟ ମଧ୍ୟରେ ହାଇଲାଣ୍ଡ ହୋଟେଲରେ ଦୁଇ ଦିନରେ ୪ଲକ୍ଷ ୫୦ହଜାର ୫୯୮ ଟଙ୍କା ଖର୍ଚ୍ଚ କରାଯାଇଛି ଯେଉଁଥିରେ ରୁମ ଭଡା ବାବଦକୁ ୩ଲକ୍ଷ ୫୬ହଜାର ଟଙ୍କା ଏବଂ ଖାଦ୍ୟପେୟ ବାବଦକୁ ୨୧ହାଜର ୮୫୩ ଟଙ୍କା ଖର୍ଚ୍ଚ ହୋଇଛି। ଆଶ୍ଚର୍ଯ୍ୟ ବିଷୟ ଯେ, କମିଟିର ଜଣେ ସଦସ୍ୟ ସେକ୍ସନ ଅଫିସର ଶ୍ରୀନିବାସ ଗୋଟିଏ ଦିନରେ ୩ଲକ୍ଷ ୭୮ହଜାର ୯୯୫ ଟଙ୍କା ଖର୍ଚ୍ଚ କରିଛନ୍ତି।

କୌଣସି ସଂସଦୀୟ କମିଟି ବର୍ଷକୁ ସର୍ବାଧିକ ୨ଥର ଷ୍ଟଡି ଟୁରରେ ଯିବା ଏବଂ ୩ରୁ ଅଧିକ ଅଧିକାରୀ ନ ଯିବା ନିୟମ ଥିବା ଏବଂ ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ ୨୦୧୮ ଅକ୍ଟୋବରରେ ଘୋଷଣା କରିଥିଲେ ମଧ୍ୟ କରଦାତାଙ୍କ ଅର୍ଥର ଏଭଳି ମନଇଛା ଖର୍ଚ୍ଚ ନିୟମ ଉଲ୍ଲଙ୍ଘନ ହୋଇଥିବା ଦର୍ଶାଉଛି। ଅନ୍ୟ ପକ୍ଷରେ ମହାଲେଖାକାର (କ୍ୟାଗ) ୨୦୧୪ରେ ଷ୍ଟଡି ଟୁରରେ ନିୟମ ଉଲ୍ଲଙ୍ଘନ ପୂର୍ବକ ଅଧିକ ଖର୍ଚ୍ଚ ନେଇ ପ୍ରଶ୍ନ ଉଠାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories