www.samajalive.in
Thursday, December 11, 2025
26.1 C
Bhubaneswar

ଖଳିପଲ୍ଲୀରେ ଅଗ୍ନିକାଣ୍ଡ, ୫ବଖରା ଜଳିଗଲା

କଳାପଥର(ବାଙ୍କୀ) : କଟକ ଜିଲା ବାଙ୍କୀ ବ୍ଳକ ଅନ୍ତର୍ଗତ ଖଳିପଲ୍ଲୀ ଚଷା ସାହିରେ ଶନିବାର ଅଗ୍ନିକାଣ୍ଡ ଘଟି ୫ବଖରା ଘର ଜଳି ଯାଇଥିବା ଜଣାପଡ଼ିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବାର ଅନୁମାନ କରାଯାଉଛି। ସୂଚନା ମୁତାବକ, ଶୁକ୍ରବାର ରାତ୍ରି ୧୨ଟାରେ ଅଗ୍ନିକାଣ୍ଡ ଘଟି ଦୁର୍ଯୋଧନ ନାୟକ, ଦୁଃଶାସନ ନାୟକ, ଗଣେଶ୍ୱର ନାୟକ, ଅନ୍ତର୍ଯ୍ୟାମି ନାୟକଙ୍କ ସମୁଦାୟ ୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଧାନ, ମୁଗ, ବିରି, କଂଶାବାସନ ସହ ଗୋଖାଦ୍ୟ ପୋଡି ପାଉଁଶ ହୋଇଯାଇଛି। ଯାହାର ମୁଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ବିଦ୍ୟୁତ୍ ସର୍ଟ ସର୍କ୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। କଳାପଥର ଅଗ୍ନିଶମ କେନ୍ଦ୍ରର ଲ୍ୟାଣ୍ଡ ଫୋନ ଖରାପ ଥିବାରୁ ସ୍ଥାନୀୟ ବାସିନ୍ଦା ସେଠାରେ ପହଞ୍ଚିଲା ପରେ ଖବର ପାଇ କଳାପଥର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଲା ବେଳକୁ ୫ବଖରା ଘର ସମ୍ପୂର୍ଣ୍ଣ ପୋକ୍ଷି ଯାଇଥିଲା। ବୈଦ୍ୟେଶ୍ୱର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ତରଫରୁ ତଦନ୍ତକରି ତୁରନ୍ତ ସରକାରୀ ସାହାଯ୍ୟ ସମେତ ବ୍ଳକ ତରଫରୁ ବିଜୁ ପକ୍କାଘର ଯୋଗାଇ ଦେବାକୁ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା, ବିଜେଡ଼ି ଯୁବନେତା ଶୁଶାନ୍ତ କୁମାର ସାହୁ, ରମେଶ କୁମାର ସାହୁ, ପୂର୍ବତନ ସମିତି ସଭ୍ୟା ରମେଶ ପରିଡା, କୁଳମଣି ସାହୁଙ୍କ ସମେତ ଗ୍ରାମବାସୀ ଦାବୀ କରିଛନ୍ତି।

Hot this week

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

Related Articles

Popular Categories