ୱାଶିଂଟନ : ଶ୍ରୀଲଙ୍କାରେ ଗତ ରବିବାର ଦିନର ଆତଙ୍କବାଦୀ ଆକ୍ରମଣ ଦୃଷ୍ଟିରୁ ଆମେରିକା ଏହାର ନାଗରିକମାନଙ୍କୁ ସେ ଦେଶକୁ ଗସ୍ତ କରିବା ନେଇ କଡ଼ା ସତର୍କତା ଜାରି କରିଛି । ଶ୍ରୀଲଙ୍କା ଆତଙ୍କବାଦୀ ଆକ୍ରମଣରେ ୨୬୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ। ଶ୍ରୀଲଙ୍କାରେ ଅବସ୍ଥାପିତ ସମସ୍ତ ଆମେରିକୀୟ ନାଗରିକମାନଙ୍କର ପିଲାମାନଙ୍କୁ ଶ୍ରୀଲଙ୍କା ଛାଡ଼ି ଚାଲିଆସିବାକୁ ଆମେରିକା ବୈଦେଶିକ ବିଭାଗ ନିର୍ଦ୍ଦେଶ ଜାରି କରିଛି। ବିଶେଷ ଜରୁରୀ କର୍ମଚାରୀମାନଙ୍କୁ ବାଦ ଦେଇ ବାକି ସମସ୍ତଙ୍କୁ ଶ୍ରୀଲଙ୍କା ଛାଡ଼ି ଚାଲିଆସିବାକୁ ମଧ୍ୟ କୁହାଯାଇଛି। ଆତଙ୍କବାଦୀମାନେ ପର୍ଯ୍ୟଟନ ସ୍ଥଳୀ ସମେତ ପରିବହନ କେନ୍ଦ୍ର, ହାଟବଜାର, ସରକାରୀ କାର୍ଯ୍ୟାଳୟ, ହୋଟେଲ୍, ପୂଜାସ୍ଥଳୀ, କ୍ରଡ଼ାସ୍ଥଳୀ ଓ ସାଂସ୍କୃତିକ ସ୍ଥଳୀଗୁଡ଼ିକ ଉପରେ ଆକ୍ରମଣ କରିପାରନ୍ତି ବୋଲି ଆମେରିକା ସୂଚନା ଜାରି କରିଛି।
ଶ୍ରୀଲଙ୍କା ଗସ୍ତ ନେଇ ଆମେରିକା ନାଗରିକଙ୍କ ନିମନ୍ତେ ସତର୍କତା ଜାରି
Popular Categories



