www.samajalive.in
Monday, December 8, 2025
13.1 C
Bhubaneswar

୧୫ ସନ୍ଦିଗ୍ଧ ଆଇଏସ ଆତଙ୍କବାଦୀଙ୍କୁ ନିପାତ କଲା ଶ୍ରୀଲଙ୍କା ସେନା

କଲୋମ୍ବୋ: ଶ୍ରୀଲଙ୍କାର ପୂର୍ବାଞ୍ଚଳ ସହର କାଲମୁନାଇରେ ୧୫ ସନ୍ଦିଗ୍ଧ ଆଇଏସ୍‌ ଆତ୍ମଘାତୀ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ନିପାତ କରିଛନ୍ତି। ସହରର ଏକ ଘରେ ଆତଙ୍କୀମାନେ ଲୁଚିଥିବା ଖବର ପାଇ ସୁରକ୍ଷା କର୍ମୀ ଏବଂ ପୁଲିସ ସେଠାରେ ଚଢ଼ାଉ କରିଥିଲେ। ଏହି ସମୟରେ ବନ୍ଧୁକଧାରୀ ଆତଙ୍କୀମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଉଭୟ ପକ୍ଷ ମଧ୍ୟରେ ଅନେକ ସମୟ ଧରି ଗୁଳିବିନିମୟ ଚାଲିଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ସନ୍ଦିଗ୍ଧ ବନ୍ଧୁକଧାରୀଙ୍କ ସମେତ ୧୫ ସନ୍ଦିଗ୍ଧ ନିହତ ହୋଇଥିଲେ। ଗୁଳିବିନିମୟ ବେଳେ ଜଣେ ସାଧାରଣ ନାଗରିକଙ୍କର ବି ମୃତ୍ୟୁ ହୋଇଥିଲା। ପରେ ପୁଲିସ ଗଣମାଧ୍ୟମକୁ କହିଥିଲା ଯେ, ଏହି ଅପରେଶନରେ ମୋଟ ୧୫ ଜଣ ସନ୍ଦିଗ୍ଧ ନିହତ ହୋଇଛନ୍ତି। ଘଟଣା ସ୍ଥଳରୁ ସେମାନଙ୍କ ମୃତଦେହ ଜବତ ହୋଇଛି।

କଲୋମ୍ବୋ ସହରରେ ହୋଇଥିବା ସିରିଜ ବିସ୍ଫୋରଣ ଘଟଣା ପୂର୍ବରୁ କାଲମୁନାଇ ସହରର ଉକ୍ତ ଘରେ ଏକ ଭିଡିଓ ରେକର୍ଡ କରାଯାଇଥିବା ସନ୍ଦେହରେ ସୁରକ୍ଷାକର୍ମୀ ଏବଂ ପୁଲିସ ପକ୍ଷରୁ ମିଳିତ ଅପରେଶନ କରାଯାଇଥିଲା। ଚଢ଼ାଉ ବେଳେ ଗୁଳିବିନିମୟ ଘଟିଥିଲା। ଏଥିରେ କୌଣସି ସୁରକ୍ଷାକର୍ମୀ କିମ୍ବା ପୁଲିସ କର୍ମଚାରୀ ମୃତାହତ ହୋଇ ନ ଥିବା ପୁଲିସ କହିଛନ୍ତି। ଘଟଣାସ୍ଥଳରୁ ଆଇଏସ ପତାକା ଏବଂ କିଛି ପୋଷାକ ମିଳିଥିଲା। ଗତ ରବିବାର ସିରିଜ ବିସ୍ଫୋରଣ କରିଥିବା ଆତ୍ମଘାତୀମାନେ ଯେପରି ପୋଷାକ ପିନ୍ଧିଥିଲେ ଜବତ ହୋଇଥିବା ପୋଷାକ ମଧ୍ୟ ସେହିଭଳି ବୋଲି ପୁଲିସ କହିଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories