www.samajalive.in
Monday, December 8, 2025
13.1 C
Bhubaneswar

ଏୟାର ଇଣ୍ଡିଆ ସର୍ଭର ଡାଉନ; ବିଶ୍ଵବ୍ୟାପୀ ବିମାନ ଉଡ଼ାଣ ଠପ୍‌, ବିମାନବନ୍ଦରରେ ଯାତ୍ରୀ ହଟହଟା

ନୂଆଦିଲ୍ଲୀ: ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆର ସର୍ଭର ଡାଉନ ହେବା କାରଣରୁ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଭାରତ ସମେତ ବିଦେଶରେ ବି ଏୟାର ଇଣ୍ଡିଆର ସର୍ଭର ଡାଉନ ରହିଥିବାରୁ ବିମାନ ଉଡ଼ାଣ ଠପ୍‌ ହୋଇଯାଇଛି। ଫଳରେ ଯାତ୍ରୀମାନେ ହଟହଟା ହୋଇଛନ୍ତି। ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମୁମ୍ବଇ ବିମାନବନ୍ଦରରେ ଶହ ଶହ ଯାତ୍ରୀ ବିମାନ ସେବା ନ ପାଇ ଫସି ରହିଛନ୍ତି।

କେତେଜଣ ଯାତ୍ରୀଙ୍କ କହିବା ମୁତାବକ, ସେମାନେ ଶନିବାର ସକାଳୁ ପାଖାପାଖି ୩ରୁ ୫ ଘଣ୍ଟା ହେବ ମୁମ୍ବଇ ବିମାନବନ୍ଦରରେ ଅଟକି ରହିଛନ୍ତି। ଏୟାର ଇଣ୍ଡିଆ କର୍ମଚାରୀମାନେ ସନ୍ତୋଷଜନକ ଉତ୍ତର ଦେଉ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବିମାନବନ୍ଦରରେ ଅଟକିଥିବା ଜଣେ ଯାତ୍ରୀ ଟ୍ବିଟ୍‌ କରି ଏଠାରେ ପାଖାପାଖି ୨ ହଜାର ଯାତ୍ରୀ ଫସି ରହିଥିବା ସୂଚନା ଦେଇଛନ୍ତି। ପୂରା ଭାରତରେ ଏସଆଇଟିଏ ସଫ୍ଟୱେର ଡାଉନ ରହିବା କାରଣରୁ ଯାତ୍ରୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।

- Advertisement -

ସର୍ଭର ଡାଉନ ହେବା କାରଣରୁ ଯାତ୍ରୀମାନଙ୍କ ବୋର୍ଡିଂ ପାସ୍‌ ମିଳିପାରୁ ନାହିଁ। ଏହି କାରଣରୁ ଯାତ୍ରୀମାନେ ଦିଲ୍ଲୀ ବିମାନବନ୍ଦରରେ ହୋହଲ୍ଲା କରିଛନ୍ତି। ଶନିବାର ଭୋର ପ୍ରାୟ ୪ଟାରୁ ଏଠାରେ ସର୍ଭର ଡାଉନ ରହିଛି। କିଛି ସମୟ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ଏୟାର ଇଣ୍ଡିଆ ଏକ ବିବୃତି ଜାରି କରି କହିଛି ଯେ, ଏସଆଇଟିଏ-ଡିସିଏସ୍‌ ସିଷ୍ଟମ ଅଚଳ ହୋଇପଡ଼ିବା କାରଣରୁ ସବୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ଆମ ବୈଷୟିକ ଟିମ୍‌ ଏହାର ମରାମତି ପାଇଁ କାର୍ଯ୍ୟ କରୁଛନ୍ତି। ଖୁବ୍‌ଶୀଘ୍ର ସିଷ୍ଟମ ଠିକ୍‌ ହୋଇଯିବ। ଅସୁବିଧା ପାଇଁ ଦୁଃଖିତ।

ସୂଚନାଯୋଗ୍ୟ, ଏୟାରଇଣ୍ଡିଆର ବୋର୍ଡିଂ ପାସ୍‌ ପାଇଁ ବିଶ୍ଵ ସ୍ତରରେ ଏସଇଟିଏ ନାମକ ଏକ ସର୍ଭର ବ୍ୟବହାର କରାଯାଉଛି। ଭାରତ ସମେତ ଅନ୍ୟ ଦେଶରେ ଏୟାରଇଣ୍ଡିଆ ଏହାକୁ ବ୍ୟବହାର କରୁଛି। ଏହି ସର୍ଭର ଡାଉନ ରହିବା କାରଣରୁ ବିମାନ ଉଡ଼ାଣ ହୋଇପାରୁ ନାହିଁ। ଏୟାର ଇଣ୍ଡିଆର ଅଧ୍ୟକ୍ଷ ଅଶ୍ଵନୀ ଲୋହାନୀ କହିଛନ୍ତି ଯେ, ଏସଆଇଟିଏ ସର୍ଭର ପୂରା ଭାରତ ସମେତ  ବିଦେଶରେ ଶନିବାର ଭୋର ୩ଟା ୩୦ରୁ ଡାଉନ ରହିଛି। ଏହି କାରଣରୁ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories